Odisha Vigilance Raids Excise : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ରେଡ ବେଳେ ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହେଇଯାଇଛନ୍ତି। ଅବସର ନେବାକୁ ଆଉ ମାତ୍ର ବର୍ଷେ ଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ି ଯାଇଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ।ରାମଚନ୍ଦ୍ର ଅବକାରୀ ବିଭାଗର ସବ୍‌ଇନ୍ସପେକ୍ଟର ପଦବୀର କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ସେ ଜଏଣ୍ଟ କମିଶନର ଭାବେ କାର୍ଯ୍ୟ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

 ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ରଙ୍କ ଅଫିସ ସମେତ  ବରଗଡ଼, ଭୁବନେଶ୍ୱର, ସୋନପୁର ଓ ବଲାଙ୍ଗିର ଘର, ୧୦ ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ରାମଚନ୍ଦ୍ରଙ୍କ ମାଳ ମାଳ ଘର ଓ ଫ୍ଲାଟ୍ ଠାବ ହୋଇଛି ଏହାସହିତ ଘରୁ ବିଡ଼ା ବିଡ଼ା ଟଙ୍କାକୁ ପୁଳା ପୁଳା ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି।ଏହି ଚଢ଼ଉରେ ୧୦ ଜଣ ଡିଏସପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।


ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ 2 BHK ଫ୍ଲାଟ୍, ସମ୍ବଲପୁର ମୟୂର ରେସିଡେନ୍ସିରେ 3 BHK ଆପାର୍ଟମେଣ୍ଟ, ଭୁବନେଶ୍ୱର ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସରେ ରହିଛି 2BHK ଆପାର୍ଟମେଣ୍ଟ।ଭୁବନେଶ୍ୱର ଆଇଗିଣିଆରେ ସତ୍ୟସାଇ ନାମକ ଗୋଟିଏ ଡୁପ୍ଲେକ୍ସ, ବାଲାଙ୍ଗିରିରେ ତିନି ମହଲା କୋଠା,ସୋନପୁରର ତରଭାରେ ରାଇସ୍ ମିଲ୍ ଓ ଫାର୍ମ ହାଉସ୍‌ ରହିଛି।ଏହିପରି ଭାବେ ୫୨ ଟି କୋଠା ରହିଛି।ଏସବୁ ସ୍ଥାନ ସମେତ ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଧର୍ମବିହାର ଅଞ୍ଚଳର ଭଡ଼ା ଘରେ ରାମଚନ୍ଦ୍ର ରହୁଥିବା ବେଳେ ସେଠାରେ ବି ରେଡ୍ କରିଛି ଭିଜିଲାନ୍ସ।କୋଠା, ଗହଣା ସହିତ ଏକାଧିକ ଟଙ୍କା ଠାବ କରାଯାଇଛି


ତେବେ ରାମଚନ୍ଦ୍ର ବାହାରକୁ ଖୁବ୍‌ ସାଧାରଣ ହୋଇଥିବା ବେଳେ ଅବସର ସମୟ ପର୍ଯ୍ୟନ୍ତ ଭଡ଼ାଘରେ ରହୁଥିବାରୁ ତାଙ୍କର ଅମାପ ସମ୍ପତ୍ତିକୁ  ବିଶ୍ୱାସ କରି ପାରୁ ନାହାନ୍ତି ପଡ଼ୋଶୀ।