Odisha Weather: ଲଗାତାର କିଛି ଦିନ ଧରି ରାଜ୍ୟରେ ମାତ୍ରାଧିକ ବର୍ଷା(Rain) ଯୋଗୁ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏମିତି କି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା(Flood) ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।ତେବେ ଆସନ୍ତା ୩ ଦିନ ପାଇଁ ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟର କିଛି ସ୍ଥାନରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

ଆସନ୍ତା କାଲି ଅର୍ଥାତ ୭ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ(Bhadrak) ଓ ବାଲେଶ୍ୱର ଜିଲ୍ଲାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୮ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ ଓ ଢେଙ୍କାନାଳର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ସବିଭାଗ। ଏଥି ସହ ୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର(Keonjhar), ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ(IMD) କେନ୍ଦ୍ର।


ସେପଟେ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଓଡ଼ିଶା ସ୍ପର୍ଶ କରିଥିଲେ ସୁଦ୍ଧା ଗତ ଦିନ ମାନଙ୍କରେ ହୋଇଥିବା ବର୍ଷା ହେତୁ ରାଜ୍ୟରେ ୩% ଅଧିକ ବର୍ଷା ରେକର୍ଡ କରାଯାଇଛି। ଚଳିତ ଥର ରାଜ୍ୟରେ ଜୁନ୍ ମାସରେ ୩୫% ନିଅଣ୍ଟ ବର୍ଷା ରେକର୍ଡ କରାଯାଇଥିବା ବେଳେ ଜୁଲାଇରେ ମଧ୍ୟ ବର୍ଷାର ପରିମାଣ ୧୨% ନିଅଣ୍ଟିଆ ହୋଇଥିଲା।ମାତ୍ର ଗତ ୫ ଦିନ ଧରି ଚାଲିଥିବା ଲଗାଣ ବର୍ଷା ନିଅଣ୍ଟିଆ ସ୍ଥିତିକୁ ଭରଣା କରିବା ସହ ୩% ଅଧିକ ବର୍ଷା ରାଜ୍ୟରେ ରେକର୍ଡ ହୋଇଥିବା କହିଛି ପାଣିପାଗ ବିଭାଗ।


ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୯୦୮ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୬୫% ଅଧିକ ଥିବା କହିଛି ପାଣିପାଗ କେନ୍ଦ୍ର। ସେହିଭଳି ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ଅନୁଗୁଳ(Anugul), କନ୍ଧମାଳ, ଢେଙ୍କାନାଳ ଓ ମାଲକାନଗିରି ଆଦି ୮ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଅନ୍ୟପଟରେ ରାଜ୍ୟର ୫ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅଭାବୀ ବର୍ଷା ଦେଖିବାକୁ ମିଳିଛି। ଅବଶିଷ୍ଟ ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି।


Also Read: Ileana D'Cruz Baby Boy: ମାଆ ହେଲେ ଇଲିଆନା ଡି’କ୍ରୁଜ୍, ଫଟୋ ସହ କ୍ୟାପସନରେ ଲେଖିଲେ ପୁଅର ନାଁ


QR Code: ଏଣିକି ସ୍କାନ୍ କରି ଜାଣିପାରିବେ ଆପଣ ଖାଉଥିବା ମେଡ଼ିସିନ ଅସଲି ନା ନକଲି?