Ileana D'Cruz Baby Boy: ମାଆ ହେଲେ ଇଲିଆନା ଡି’କ୍ରୁଜ୍, ଫଟୋ ସହ କ୍ୟାପସନରେ ଲେଖିଲେ ପୁଅର ନାଁ
Advertisement

Ileana D'Cruz Baby Boy: ମାଆ ହେଲେ ଇଲିଆନା ଡି’କ୍ରୁଜ୍, ଫଟୋ ସହ କ୍ୟାପସନରେ ଲେଖିଲେ ପୁଅର ନାଁ

Ileana D'Cruz Baby Boy: ମାଆ ହୋଇଛନ୍ତି ଅଭିନେତ୍ରୀ । ଇଲିଆନା ଡି’କ୍ରୁଜ୍ ଅଗଷ୍ଟ ୧ ତାରିଖ ଦିନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମାଆ ହେବାର ୫ ଦିନ ପରେ ଇଲିଆନା ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ଏହି ଖୁସି ଖବର ଦେଇଛନ୍ତି। ଖାଲି ଏତିକି ନୁହେଁ ସେ ଶିଶୁର ପ୍ରଥମ ଫଟୋ ମଧ୍ୟ ସେୟାର କରିଛନ୍ତି।

ସୌ(ସୋସିଆଲ ମିଡିଆ)

Ileana D'Cruz Baby Boy: ମାଆ ହେଲେ ବି-ଟାଉନ ସୁନ୍ଦର ତଥା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ (Ileana D'Cruz ) । ଗର୍ଭବତୀ ହେବା ପରେ ଅଭିନେତ୍ରୀ ନିଜେ ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଥିଲେ । ଇଲିଆନା ନିଜ ବେବି ବମ୍ପ ସହ ଅନେକ ଫଟୋ ନିଜ ପ୍ରଶଂସକଙ୍କ ଲାଗି ସୋସିଆଲ ମିଡ଼ିଆରେ ସେୟାର କରିଆସୁଥିଲେ । ତେବେ ବର୍ତ୍ତମାନ ମାଆ ହୋଇଛନ୍ତି ଅଭିନେତ୍ରୀ । ଇଲିଆନା ଡି’କ୍ରୁଜ୍ ଅଗଷ୍ଟ ୧ ତାରିଖ ଦିନ ଏକ ପୁତ୍ର ସନ୍ତାନ ଜନ୍ମ (Ileana D'Cruz Baby Boy) ଦେଇଛନ୍ତି। ମାଆ ହେବାର ୫ ଦିନ ପରେ ଇଲିଆନା ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ଏହି ଖୁସି ଖବର ଦେଇଛନ୍ତି। ଖାଲି ଏତିକି ନୁହେଁ ସେ ଶିଶୁର ପ୍ରଥମ ଫଟୋ ମଧ୍ୟ ସେୟାର କରିଛନ୍ତି।

ସେୟାର କଲେ ପୁଅର ପ୍ରଥମ ଫଟୋ

ଶନିବାର ଦିନ ଇଲିଆନା ଡି’କ୍ରୁଜ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି। କଳା ଓ ଧଳା ରଙ୍ଗର ଏହି ଫଟୋରେ ଇଲିଆନାଙ୍କ ଛୋଟ ରାଜକୁମାର ଶୋଇଥିବାର ଦେଖିବାକୁ ମିଳୁଛି ।  ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ, 'କୋଆ ଫିନିକ୍ସ ଡୋଲାନଙ୍କୁ (Koa Phoenix Dolan ) ଭେଟନ୍ତୁ’ । ସେ ୧ ଅଗଷ୍ଟରେ ଜନ୍ମ ହୋଇଛନ୍ତି।

ମାଆ ହେବା ପରେ ବେଶ ଖୁସି ଅଛନ୍ତି ଇଲିଆନା

ପୁଅର ଚେହେରା ଓ ନାମ ଜଣାଇବା ସହ ମାଆ ହୋଇ ସେ କିପରି ଅନୁଭବ କରୁଛନ୍ତି ତାହା ମଧ୍ଯ ଇଲିଆନା ନିଜ ପୋଷ୍ଟରେ ପ୍ରକାଶ କରିଛନ୍ତି । ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ଆମର ପ୍ରିୟ ପୁଅକୁ ଦୁନିଆରେ ସ୍ୱାଗତ କରିବା ପରେ ଆମେ କେତେ ଖୁସି, ତାହା ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନାହିଁ । ମୋର ହୃଦୟ ପୂର୍ଣ୍ଣ ହୋଇଛି’।

 

ଇଲିଆନା ଡି’କ୍ରୁଜଙ୍କ ସାଥୀ କିଏ?

ତେବେ ଏତେ ସବୁ ପରେ ବି ଶିଶୁର ପିତାଙ୍କ ନାମ ପ୍ରକାଶ କରିନାହାନ୍ତି ଇଲିଆନା । କିଛି ଦିନ ପୂର୍ବରୁ ଅଭିନେତ୍ରୀ ନିଜ ବୟଫ୍ରେଣ୍ତଙ୍କ ସହ ଡ଼ିନର ଡ଼େଟର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏମିତି କି ସେ ନିଜ ପାର୍ଟନରଙ୍କ ମୁହଁ ମଧ୍ଯ ଦେଖାଇଥିଲେ । କିନ୍ତୁ ଇଲିଆନାଙ୍କ ସାଥୀ କିଏ? ସେ କ’ଣ କରନ୍ତି ? ସେ ବିଷୟରେ ଅଭିନେତ୍ରୀ କୌଣସି ସୂଚନା ଦେଇନାହାଁନ୍ତି। କିଛି ସମୟ ପୂର୍ବରୁ ଇଲିଆନାଙ୍କ ନିର୍ବନ୍ଧ ଖବର ମଧ୍ୟ ସାମ୍ନାକୁ ଆସିଥିଲା, କିନ୍ତୁ ଅଭିନେତ୍ରୀ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ।

 

​Also Read- ରହସ୍ୟ ଘେରରେ ନୀତିନ ଦେଶାଇଙ୍କ ଆତ୍ମହତ୍ୟା ମାମଲା, ଫାଇନାନ୍ସ କମ୍ପାନୀ ବିରୋଧରେ ମାମଲା ରୁଜୁ

ଇଲିଆନାଙ୍କ କ୍ୟାରିଅର୍

ଉଭୟ ବଲିଉଡ଼ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇଲିଆନା ବେଶ ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି। ସେ ସାଉଥ ସିନେମାରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ୨୦୧୨ ମସିହାରେ ସେ ରଣବୀର କପୁର ଓ ପ୍ରିୟଙ୍କା ଚୋପ୍ରାଙ୍କ ସହ 'ବାର୍ଫି' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ 'ବାଦଶାହୋ' (Baadshaho), 'ମୈ ତେରା ହିରୋ' (Main tera hero), 'ରୁସ୍ତମ' (Rustom) 'ପାଗଲପାନ୍ତି' (Pagalpanti) ଭଳି ଅନେକ ସିନେମାରେ କାମ କରିଛନ୍ତି।

​Also Read-Gadar 2 Advance Booking: ସନ୍ନି ଦେଓଲଙ୍କ 'ଗଦର-୨' ପାଇଁ ବଢିଲାଣି କ୍ରେଜ୍, ଚାଲିଛି ଆଡଭାନ୍ସ ବୁକିଂ

​Also Read-Chandramukhi 2: 'ଚନ୍ଦ୍ରମୁଖି ୨' ରେ କଙ୍ଗନାଙ୍କ ରାଜକୀୟ ଲୁକ୍, ଜାଣନ୍ତୁ କେବେ ରିଲିଜ୍ ହେବ ଫିଲ୍ମ