Odisha Weather: ଓଡ଼ିଶାରେ ବଦଳିଛି ପାଣିପାଗ। ଗତ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାଜ୍ୟବାସୀ ହାଡ଼ ଭଙ୍ଗା ଶୀତରେ ଥରହର ହେଉଥିବା ବେଳେ ଗତ କାଲିଠାରୁ ବର୍ଷା ଶୀତର ପ୍ରଭାବକୁ ଦ୍ୱିଗୁଣିତ କରିଛି। ତେବେ ଓଡ଼ିଶାରେ ବୁଧବାର ଠାରୁ ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ପଶ୍ଚିମା ଝଡ଼ ପ୍ରଭାବ ଯୋଗୁ ଏପରି ବର୍ଷା ହେଉଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।



COMMERCIAL BREAK
SCROLL TO CONTINUE READING

ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Meteorological Centre, Bhubaneswar)ର ସୂଚନା ଅନୁଯାୟୀ ଆଜି  ଝାରସୁଗୁଡ଼ା(Jharsugura), ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର(Keonjhar), ମୟୂରଭଞ୍ଜ(Mayurbhanj), ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା(Kendrapara) ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ(Koraput),ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି(Kalahandi) ଆଦି ଜିଲ୍ଲାରେ ସ୍ୱଳ୍ପ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଜାରି ରହିଛି। ତାପମାତ୍ରାରେ ହ୍ରାସ ଯୋଗୁଁ ଶୀତ ବୃଦ୍ଧି ହୋଇଥିବା ବେଳେ ଏହି ସ୍ଥିତି ଆସନ୍ତା ୫ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସେପଟେ ପୁରୀରେ ଗତ କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମୟରେ ଲମ୍ବା ସମୟ ଧରି ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଥିଲା।


Also Read: Odisha Weather: ଆଜିଠୁ ରାଜ୍ୟରେ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି..