Odisha Weather: ରାଜ୍ୟରେ ବର୍ଷା ଭଲ ଭାବେ ଥମି ନଥିବା ବେଳେ ପୁଣି ମାଡ଼ି ଆସୁଛି ଆଉ ଏକ ଲଘୁଚାପ(Low Pressure)। ଏ ନେଇ ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର(Bay of Bengal) ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ(Regional Metrological Department)। ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ଯାହାକି ରାଜ୍ୟରେ ଦେଖାଦେଇଥିବା ୧୧% ନିଅଣ୍ଟ ବର୍ଷା ସ୍ଥିତି କିଛି ମାତ୍ରାରେ ଭରଣା ‌ହୋଇପାରିବ ଆଶା କରାଯାଉଛି। ୧୨ ଓ ୧୯ ତାରିଖ ଆଡ଼କୁ ବଙ୍ଗୋପସାଗର‌ରେ ଦୁଇଟି ଲଘୁଚାପ କ୍ଷେତ୍ର ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ତେଣୁ ଆସନ୍ତା ୧୨ ତାରିଖରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ(Surendranath Pashupalak) କହିଛନ୍ତି ଯେ ଆସନ୍ତା ୧୨ ଓ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଦୁଇଟି ଯାକ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ଯାଗୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୩ ରୁ ୧୫ ମଧ୍ୟରେ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହା ସେପ୍ଟେମ୍ବର ୧୬ ତାରିଖ ବେଳକୁ ହ୍ରାସ ପାଇବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ସେପ୍ଟେମ୍ବର ୧୩ ରୁ ୧୫ ମଧ୍ୟରେ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହା ସେପ୍ଟେମ୍ବର ୧୬ ତାରିଖ ବେଳକୁ ହ୍ରାସ ପାଇବ।


Also Read: Surya Gochar 2023:ଆଉ ୬ଦିନ ପରେ ସୂର୍ଯ୍ୟଙ୍କର ମହାଗୋଚର, ଏହି ୩ଟି ରାଶିର ବଦଳିବ ଭାଗ୍ୟ..