ଭୁବନେଶ୍ବର: ଗତ କିଛି ଦିନ ହେବ ପନିପରିବାରେ ହାତ ମାରି ହେଉନଥିବା ବେଳେ ଆଳୁ ଦର ଲୋକଙ୍କୁ ଆଶ୍ବସ୍ତି ଦେଇଥିଲା। ହେଲେ ଗତ ଦୁଇ ଦିନ ହେବ ଆଳୁ ଦର ବି ଆକାଶ ଛୁଆଁ ହୋଇଛି। ଆଳୁ କିଲୋ ୫୦ ଟଙ୍କା ହୋଇଥିବା ବେଳେ ଏବେ ଚିନ୍ତାରେ ଖାଉଟି। ଯାହାକୁ ନେଇ ଆଜି ନିଜର ସ୍ପଷ୍ଟୀକରଣ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି ଯୋଗାଣ ମନ୍ତ୍ରୀ। 


COMMERCIAL BREAK
SCROLL TO CONTINUE READING

ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ସରକାର ଆଲୋଚନା କରିଛନ୍ତି। ୨୧ରୁ ୨୪ ଯାଏଁ ଆନ୍ଦୋଳନ ଥିଲା, ଏବେ ପ୍ରତିବାଦ ବନ୍ଦ ହୋଇଛି। ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ। ୭ ଦିନ ପାଇଁ ଓଡ଼ିଶାରେ ଆଳୁ ମହଜୁଦ ଅଛି। କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଳୁ ବେପାରୀଙ୍କୁ ତାଗିଦ୍‌ କରିଛନ୍ତି ମନ୍ତ୍ରୀ।