କଟକ: ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଲା କାର୍। ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ଘଟିଛି। କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ବମ୍ଫୁକୁଦ ଗାଁର କାହ୍ନା ଜେନା। 


COMMERCIAL BREAK
SCROLL TO CONTINUE READING

ଗତକାଲି ରାତିରେ କାହ୍ନା ଘରକୁ ଫେରିନଥିଲେ। ଆଜି ସକାଳୁ କେନାଲ ଭିତରେ ଏକ କାର ପଶି ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ କେନାଲରୁ କାରକୁ ଉଦ୍ଧାର କରାଯାଇଥିଲା। ଆଉ ଏହା ଭିତରୁ କାହ୍ନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କାର୍‌ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।