ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଣେଶ ପୂଜା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଭିଭାବକ ଅସୁସ୍ଥ ହୋଇଛନ୍ତି। ଆଜି ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଭୋଗ ଖାଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପୂଜା ପରେ ସେହି ଚୁଡ଼ା ଭୋଗକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେବନ କରିଥିଲେ। ଗଣେଶ ପୂଜା ସରିବା ପରେ ସମସ୍ତେ ଘରକୁ ଫେରିଥିଲେ। ହେଲେ ରାତିରେ ଜଣେ ଜଣେ ଝାଡ଼ା ବାନ୍ତି କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଘଟଣାନୁଯାୟୀ, ଗତକାଲି ବାଙ୍ଗିରିପୋଷି ବ୍ଲକ ଭୂଆସୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ଗଣେଶଙ୍କ ଠାରେ ଲାଗି ହୋଇଥିବା ଚୁଡା ଭୋଗ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟା ହୋଇଥିଲା l ଭୋଗ ଖାଇ ଆଜି ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି।