Odisha News: ଭୁବନେଶ୍ୱର: ଖଣି ଅଞ୍ଚଳର ବାଳିକାଙ୍କ ସ୍ୱପ୍ନ ଏବେ ଧିରେ ଧିରେ ବାସ୍ତବତାର ରୂପ ନେବାକୁ ଯାଉଛି। ବେଦାନ୍ତ କମ୍ପାନୀର ଜାମକାନି କୋଇଲା ଖଣି ପ୍ରକଳ୍ପ ତରଫରୁ ଏଥିପାଇଁ ଅନୁଷ୍ଠିତ ହୋଇଛି ‘ପଞ୍ଝି –ସପ୍ନୋ କା ଉଡାନ୍‍’ କାର୍ଯ୍ୟକ୍ରମ। ଏହି ଯୋଜନାରେ ଖଣି ଅଞ୍ଚଳରେ ଶିକ୍ଷିତ ଯୁବତୀଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା ସହିତ ଯେଉଁମାନେ କୌଣସି କାରଣରୁ ଅଧାରୁ ପାଠପଢା ଛାଡିଛନ୍ତି ସେମାନଙ୍କୁ ଉଚ୍ଚଶିକ୍ଷାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ।


COMMERCIAL BREAK
SCROLL TO CONTINUE READING

ବାଳିକାଙ୍କ ସ୍ୱପ୍ନ ପୂରଣ ପାଇଁ ଅନୁଷ୍ଠିତ ବେଦାନ୍ତର ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜାମକାନି ଖଣି ଅଞ୍ଚଳର ଗିରିସୀମା, ଜାମକାନି, ଝାରପଲମ, ମେଣ୍ଢ୍ରା ଗାଁର ୧୬ଜଣ ବାଳିକା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଦାଶରଥି ସରାବୁ ଯୋଗଦେଇ ବାଳିକାମାନଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ । ବେଦାନ୍ତ ଖଣି ବିଭାଗ ସିଇଓ ଭି.ଶ୍ରୀକାନ୍ତ ଯୋଗଦେଇ ବିସ୍ଥାପିତ ପରିବାରର ବାଳିକାମାନଙ୍କ ଉଜ୍ୱଳ ଭବିଷ୍ୟତ ଗଢିବା ସହିତ ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ କମ୍ପାନୀର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ବେଶ୍‍ ସହାୟକ ହେବ ବୋଲି କହିଥିଲେ । କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଆଶିଷ କୁମାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ବେଦାନ୍ତର କସିକ ଯାଦବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସଙ୍ଗୀତା ସାହୁ ଧନ୍ୟବାଦ ଦେଇଥିଲେ । 


ଏହି କାର୍ଯ୍ୟକ୍ରମକୁ ପ୍ରତିବର୍ଷ ବ୍ୟାପକ ଭାବେ ଆୟୋଜନ କରିବାପାଇଁ ଉପଜିଲ୍ଲାପାଳ ବେଦାନ୍ତକୁ ପରାମର୍ଶ ଦେବା ସହିତ ବିସ୍ଥାପିତ ଅଞ୍ଚଳର ଆଗ୍ରହୀ ଯୁବତୀମାନଙ୍କୁ ଏଥିରେ ସାମିଲ ପାଇଁ କହିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ବାଳିକାମାନଙ୍କୁ ବେଦାନ୍ତ ପକ୍ଷରୁ ଶିକ୍ଷା କିଟ୍‍ ପ୍ରଦାନ କରାଯାଇଥିଲା । ବାଳିକାମାନେ ମଧ୍ୟ ବେଦାନ୍ତ ସହାୟତାରେ ଉଚ୍ଚତର ଶିକ୍ଷା ଗ୍ରହଣ କରିବାକୁ ଯାଉଥିବାରୁ ବେଶ୍‍ ଆନନ୍ଦ ପ୍ରକାଶ କରିଥିଲେ ।