Weather News: ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଲୋକଙ୍କୁ ନାହିଁ ନଥିବା କଲବଲ କରୁଛି । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପରେ ରହୁଥିବା ଦେଖିବାକୁ ମିଳୁଛି । ଆଜି ମଧ୍ୟ ୧୭ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ ହୋଇଛି । ସବୁଠୁ ଅଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ପଛକୁ ନୟାଗଡରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ଯ


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଏବଂ ବଲାଙ୍ଗିରରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୋଳରେ ୪୧.୭, ମାଲକାନାଗିରିରେ ୪୧.୫, ବାରିପଦା ଏବଂ ନୂଆପଡାରେ ୪୧.୨, ଟିଟଲାଗଡରେ ୪୧ ଡିଗ୍ରୀ, ବୌଦ୍ଧରେ ୪୦.୭, ଭବାନୀପାଟଣାରେ ୪୦.୬, ଚାନ୍ଦବାଲିରେ ୪୦.୪୦, ବାଲେଶ୍ୱରରେ ୪୦.୩, ଝାରସିଗୁଡାରେ ୪୦.୨, ତାଳଚେର, ସୋନପୁର, ଯାଜପୁର ଏବଂ କେନ୍ଦ୍ରାପଡାରେ ତାପମାତ୍ରା ରହିଥିଲା ୪୦ ଡିଗ୍ରୀ ।


ସେହିପରି ୪୦ ଡିଗ୍ରୀ ତଳେ ରହିଛି ଫୁଲବାଣୀ (୩୯.୯) ଜଗତସିଂହପୁର (୩୯.୮), ରାୟଗଡା (୩୯.୬), ନବରଙ୍ଗପୁର ଏବଂ ଖୋର୍ଦ୍ଧା (୩୯.୫), ସମ୍ୱଲପୁର ଏବଂ ଭଦ୍ରକ (୩୯) ଡିଗ୍ରୀ ରେକର୍ଡ ହୋଇଛି ।



ସୂଚନା ଅନୁଯାୟୀ, ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୨୨.୬ ଡିଗ୍ରୀ ସେଲସିୟସ ରହିଥିଲା। ଯେତେବେଳେ ସନ୍ଧ୍ୟାରେ ଏହା ବିଭିନ୍ନ ଅଞ୍ଚଳରେ ଦୁଇରୁ ପାଞ୍ଚ ଡିଗ୍ରୀ ହ୍ରାସ ରେକର୍ଡ କରିଥିଲା। ପାଣିପାଗ ବିଭାଗ ଅନୁଯାୟୀ, ଏନଆରସିର ରୋହତକ, ମିରଟ, ମୋଦିନାଗର ଏବଂ ବାଗପାଟରେ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ଅନୁଯାୟୀ ୨୩ ଏପ୍ରିଲରେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଏହା ବ୍ୟତୀତ ପଶ୍ଚିମବଙ୍ଗ, ବିହାର, ଓଡିଶା, ଉତ୍ତରପ୍ରଦେଶ, ଝାଡଖଣ୍ଡ, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ୨୭ ଏପ୍ରିଲରେ ହିଟ ୱେଭ ହେବାର ଆଶଙ୍କା ରହିଛି। ଆଗାମୀ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାର ଆକଳନ କରିଛି ପାଣିପାଗ ବିଭାଗ।


Also Read- BJPରେ ମିଶିଲେ ସୀମାରାଣୀ ନାୟକ, BJD ଟିକେଟ ନମିଳିବାରୁ ଛାଡିଥିଲେ ଦଳ


Also Read- Ram Mandir: ଅଯୋଧ୍ୟା ରାମ ମନ୍ଦିରରେ ବଡ଼ ପରିବର୍ତ୍ତନ, ପ୍ରଭୁଙ୍କ ସାଥିରେ ରହିବେ ଏହି ପ୍ରତିମା