ଚିଲିକା: ପୁଣି ଚିଲିକା ହ୍ରଦ ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା। ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଯାତ୍ରୀ ବାହି ଡଙ୍ଗା ଫସି ରହିଛି। ଡ଼ଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ଡଙ୍ଗାକୁ ଅଟକାଇ ରଖିଛନ୍ତି। ଦୀର୍ଘ ଏକ ଘଣ୍ଟାକାଳ ଡଙ୍ଗାଟି ସେଠାରେ ଫସି ରହିଥିବା ଜଣାପଡ଼ିଛି। ତେବେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ବର୍ତ୍ତମାନ ଡଙ୍ଗାଟି ଅଟକି ରହିଛି। ଡଙ୍ଗାରେ ୪୦ରୁ ଉର୍ଦ୍ଧ୍ବ ଲୋକ ଥିବା ବେଳେ ପ୍ରାୟ ୨୦ଟି ବାଇକ୍‌ ରହିଛି। ସକାଳୁ ଡଙ୍ଗାଟି ଜହ୍ନିକୁଦା ଘାଟ ନିକଟରୁ ଯାତ୍ରା ଆରମ୍ଭ କରିଥିଲା। କିଛି ବାଟ ଯିବା ପରେ ହଠାତ୍ ଡଙ୍ଗାଟିର ଇଞ୍ଜିନ୍ ଖରାପ୍ ହୋଇଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ସାତପଡ଼ାରୁ ଜହ୍ନିକୁଦାକୁ ଦୀର୍ଘ ୫କିଲୋମିଟର ଜଳ ପଥ ରହିଛି। ଯେଉଁ ଜଳପଥ ଦେଇ ଦୈନିକ ଡଙ୍ଗା ଯାତାୟାତ କରନ୍ତି ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଳକର ୧୪ଟି ପଞ୍ଚାୟତର ବାସିନ୍ଦା। ତେବେ ଏଥିପାଇଁ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରାଯାଇଛି। ତେବେ ଚିଲିକାର ସାତପଡ଼ାରୁ ଜହ୍ନିକୁଦା ଯାଏ ଚିଲିକାରେ ଏକ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଛି। 


ସୂଚନା ଥାଉକି, କିଛି ଦିନ ପୂର୍ବେ ଏକ ଯାତ୍ରୀବାହୀ ଡଙ୍ଗା ଫସି ରହିଥିଲା। ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ସେମାନଙ୍କୁ କୂଳକୁ ଅଣା ଯାଇଥିଲା।