BMCର ବିଶାଳ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ହଜାର ସଂଖ୍ୟାର ନାଗରିକ

ପ୍ରଥମେ ମାଷ୍ଟର କ୍ୟାଣ୍ଟିନଠାରେ ଥିବା ଆଇ ଲଭ୍ ଭୁବନେଶ୍ୱର ସ୍ଥଳୀରୁ ଆରମ୍ଭ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଆସି ଏଠାରେ ଏକତ୍ରିତ ହୋଇଥିଲେ ହଜାର ସଂଖ୍ୟାର ନାଗରିକ ।

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 13 Aug 2024-10:20 pm,
1/7

ମେୟରଙ୍କ ସମେତ ଅତିଥିମାନେ ପତାକା ଦେଖାଇ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହା ସାଙ୍ଗକୁ ଦସ୍ତଖତ ଅଭିଯାନରେ ସାମିଲ୍ ହୋଇଥିଲେ ଶତାଧିକ ନାଗରିକ ।

2/7

ଉତ୍ସାହ ଏବଂ ଉଦ୍ଦୀନା ସହିତ  ପ୍ରଥମେ ବିଭିନ୍ନ ସଂସ୍ଥା ଦ୍ୱାରା ଦେଶାତ୍ମବୋଧକ ସଂଗୀତ ସାଙ୍ଗକୁ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସ୍ମୃତିରେ ସେମାନଙ୍କ ବେଶଧାରୀ ଛାତ୍ରଛାତ୍ରୀମାନେ ମଞ୍ଚ ନିକଟରେ ଠିଆହୋଇ ଅଭିନୟମାନ କରିଥିଲେ ।

3/7

ସାରା ଦେଶରେ ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦମ୍‌ଦାର ଭାବେ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏହାକୁ ମଧ୍ୟ ଖୁବ୍ ଉଲ୍ଳାସର ସହିତ ପାଳନ କରାଯାଉଛି । ପ୍ରତ୍ୟେକଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବ ଏବଂ ଏ୍ୟୌକ୍ୟତାର ଉଲ୍ଳାସ ଭରିଦେବା ଏହି କର୍ଯ୍ୟକ୍ରମର ଉଦ୍ୟେଶ୍ୟ ହୋଇଥିବାବେଳେ ଟିମ୍ ବିଏମ୍‌ସି ଏହି ବାର୍ତା ପହଂଚାଇବା ପାଇଁ ବିଭିନ୍ନ ନାଗରିକ ଅଂଶଗ୍ରହଣ କାର୍ଯ୍ୟକ୍ରମମାନ କରୁଛି । ଏହି ଅବସରରେ ନାଗରିକ ମାନଙ୍କର ସକ୍ରିୟ ଅଂଶ ଗ୍ରହଣକୁ ପ୍ରଶଂସା କରିଥିଲେ ମାନନୀୟା ମେୟର ।

4/7

କେବଳ ବିକାଶ କାର୍ଯ୍ୟନୁହେଁ, ଟିମ୍ ବିଏମସି ବିଭିନ୍ନ ନାଗରିକ ସଂଯୋଗ କାର୍ଯ୍ୟକ୍ରମମାନ କରି ଜନସାଧାରରଙ୍କ ପ୍ରିୟ ହୋଇ ପାରିଛି । ଆଜିର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଏହାର ଏକ ନିଚ୍ଛକ ଉଦାହରଣ ବୋଲି କହିଥିଲେ ବିଧାୟକ ସୁଶାନ୍ତ କୁମାର ରାଉତ।  

5/7

ସକାଳ ୮.୩୦ ମିନିଟରେ ମାଷ୍ଟର କ୍ୟାଂଟିନ ଛକରୁ ବାହାରି ଥିଲା ବିଶାଳ ତ୍ରିରଙ୍ଗା ଯାତ୍ରା । ଅଗ୍ରଣୀ ସାମାଜିକ ସଂଗଠନ ଭୁବନେଶ୍ୱର ନାଇଟ୍ସ୍ ରାଉଣ୍ଡ ଟେବୁଲ୍ ୨୩୦ ଏବଂ ଭୁବନେଶ୍ୱର କୁଇନ୍ ଲେଡିଜ୍ ସର୍କଲ୍ ୧୩୦ ପକ୍ଷରୁ ଦୀର୍ଘ ୧ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ଏହି ତ୍ରିରଙ୍ଗା ପ୍ରଦର୍ଶନ ପାଇଁ ସହଯୋଗ କରାଯାଇଥିଲା । 

6/7

ଏକ ହଜାରରୁ ଅଧିକ ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ, ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଟିମ୍ ସାଇନ୍‌, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ପୋଲିସ ଓ ସିଆରପିଏଫ୍‌ର ୫୦ ଜଣ ଯବାନଙ୍କ ସହ ଟିମ୍  ବିଏମ୍‌ସି ଏହି ଯାତ୍ରାରେ ସାମିଲ ହୋଇଥିଲେ । ସି ଆର୍‌ପିଏଫ୍ ର ଡି ଆଇ ଜି ଶ୍ରୀ ଭାରତ ଭୁଷଣ ସେଠୀ ଯବାନ ମାନଙ୍କ ନେତୃତ୍ୱ ନେଇଥିଲେ । ​​

7/7

ପରେ ବିଏମସି ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା, ତ୍ରିରଙ୍ଗା ସଂଗୀତ ଏବଂ ଘରେ ଘରେ ତ୍ରିରଙ୍ଗା ଅଭିନୟମାନ ଅନୁଷ୍ଠିତ ହୋଇଥିଲା ।ଏଥିରେ ମାନୀୟା ମେୟର, ଡେପୁଟି ମେୟର, କର୍ପୋରେଟର ଏବଂ ବିଭିନ୍ନ ବରିଷ୍ଠ ନାଗରିକଙ୍କ ସମେତ ଟିମ୍ ବି ଏମ୍ ସି ଉପସ୍ଥିତ ଥିଲେ । ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link