Modi Odisha Visit: ଆସନ୍ତାକାଲି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଶୁକ୍ରବାର ମୋଦି ଭୁବନେଶ୍ବରରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।  ରାତି ୮ଟାରେ ମୋଦିଙ୍କ ରାଲି ବିଜେପି ପାର୍ଟି ଅଫିସ୍ରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ। ରାଲି ପରେ ମୋଦି ରାଜଭବନରେ ରାତ୍ରି ଯାପନ କରିବେ। ଏବଂ ୧୧ ତାରିଖରେ ତିନୋଟି ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।  ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି଼ କରାଯାଇଛି। ମୋଦିଙ୍କ ରାଲି ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । 


COMMERCIAL BREAK
SCROLL TO CONTINUE READING

ବିଜେପି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୧୧ ତାରିଖରେ ମୋଦି ପ୍ରଥମେ କନ୍ଧମାଳରେ, ପରେ ବଲାଙ୍ଗୀରରେ ଓ ବରଗଡ଼ରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଚଳିତ ମାସ ୫ ତାରିଖରେ ଓଡି଼ଶା ଗସ୍ତରେ ଆସିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ୬ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାକୁ ସମ୍ବୋଧିତ କରିଥିଲେ।  ଏବଂ ଆୟୋଜିତ ସଭାରେ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରବଳ ବର୍ଷିଥିଲେ। ଏପରିକି କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଥିବା ରାଜ୍ୟ ନେତୃତ୍ୱକୁ ‘ବେଇମାନ’ ବୋଲି ବି କହିଥିଲେ।  ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଆରେ ନକହିବା ପ୍ରସଙ୍ଗକୁ ଉଠାଇ ଥିଲେ ମୋଦି। ସଭା ମଧ୍ୟରୁ ବିଭିନ୍ନ ବର୍ଗର ଆଗନ୍ତୁକଙ୍କଠାରୁ ଛବି, ଉପହାର ଗ୍ରହଣ କରିବା ସମୟରେ ସେ କହିଥିଲେ ‘ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆଙ୍କ ହୃଦୟରେ ରହିଛି’। ଦିଲ୍ଲୀ ପହଞ୍ଚିବା ପରେ ସମସ୍ତଙ୍କୁ ଓଡ଼ିଆରେ ପତ୍ର ଲେଖିବି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।