PM Modi Flags Off 2 Trains during Odisha Visit: ରେଳ ଯୋଗେ ସିଧାସଳଖ ଦିଲ୍ଲୀ ଯାତ୍ରା କରିବା ପାଇଁ କେନ୍ଦୁଝର ଜିଲ୍ଲାବାସୀ ଦେଖିଥିବା ସ୍ଵପ୍ନ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଥି ପାଇଁ ଅନେକ ଥର ଜିଲ୍ଲାବାସୀ ତଥା ବିଭିନ୍ନ ସଙ୍ଗଠନ ରେଳ ମନ୍ତ୍ରଣାଳୟ, ରେଳମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଇ ସ୍ଵପ୍ନ ଏବେ ପୂରଣ ହୋଇଛି। ଆଭାଷୀ ମାଧ୍ୟମରେ ପୁରୀ-ଆନନ୍ଦବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନ୍ ଚଣ୍ଡିଖୋଲ ଠାରୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଟ୍ରେନ ପୁରୀରୁ ବାହାରି କେନ୍ଦୁଝର ଦେଇ ଦିଲ୍ଲୀ ଆନନ୍ଦ ବିହାର ପର୍ଯ୍ୟନ୍ତ ଯାତ୍ରା କରିବ। 


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ମଙ୍ଗଳବାର କେନ୍ଦୁଝରଗଡ଼ ରେଳ ଷ୍ଟେସନ ଠାରୁ ଏହି ଟ୍ରେନ ବାହାରି ବାଂଶପାଣି ପର୍ଯ୍ୟନ୍ତ ଯିବା ସହିତ ଆଗାମୀ ନିର୍ଦ୍ଧାରିତ ସୂଚୀ ଅନୁସାରେ ପୁରୀରୁ ଦିଲ୍ଲୀ  ଆନନ୍ଦ ବିହାର ଟର୍ମିନାଲ ଅଭିମୁଖେ ଯାତ୍ରା କରିବ। କେନ୍ଦୁଝର ଠାରେ ଅନୁଷ୍ଠିତ ଏହି ଅଭାଷୀ ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନ ଲୋକାର୍ପଣକୁ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ସମେତ ଜିଲ୍ଲାବାସୀ ସ୍ୱାଗତ କରିଥିଲେ। ମଙ୍ଗଳବାର ଲୋକାର୍ପିତ ହୋଇଥିବା ପାରାଦୀପ-କେନ୍ଦୁଝରଗଡ଼ ମେମୁ ଟ୍ରେନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପହାର ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି କେନ୍ଦୁଝର ବିଧାୟକ।


ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଖୋଲ ଠାରୁ ଭର୍ଚ୍ୟୁଆଲ୍ ମୋଡ୍ ଯୋଗେ ପାରାଦୀପ ଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଶୁଭ ଉଦଘାଟନ ଦେଇଥିଲେ। ପାରାଦୀପ ଠାରୁ ହରିଦାସପୁର, ଜଖପୁରା ଦେଇ କେନ୍ଦୁଝର ପର୍ଯ୍ୟନ୍ତ ଚଳାଚଳ କରିବାକୁ ରହିଥିବା ଏକ ମେମୁ ଟ୍ରେନ ମଙ୍ଗଳବାର ଠାରୁ ଶୁଭାରମ୍ଭ ହୋଇଛି। ଏହାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇବା ପରେ ଏହି ମେମୁ ଟ୍ରେନ ପାରାଦୀପ ଷ୍ଟେସନ ଠାରୁ କେନ୍ଦୁଝର ପର୍ଯ୍ୟନ୍ତ ଯାତ୍ରା କରିଛି। ଅନ୍ୟ ପକ୍ଷରେ ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥକୁ ୪ ଲେନ୍ ଠାରୁ ୮ ଲେନ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ଯାହା ଫଳରେ କଣ୍ଟେନର୍ କାର୍ଗୋ ପାରାଦୀପ ବନ୍ଦର ମଧ୍ୟକୁ ବହୁ ସଂଖ୍ୟାରେ ଆମଦାନୀ ରପ୍ତାନୀ କରାଯାଇ ପାରିବ ବୋଲି ଜଣାପଡିଛି। ପାରାଦୀପ ରେଳ ଷ୍ଟେସନ ପାଖରେ ଅନୁଷ୍ଠିତ ଏହି ସଭାରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍, ବିଧାୟକ ସମ୍ବିତ ରାଉତରାୟ ଏବଂ ପୂର୍ବତଟ ରେଳବାଇ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।