ଭୁବନେଶ୍ଵର: ମାଓବାଦୀଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ଆଜି ବୌଦ୍ଧ ଗସ୍ତରେ ଯାଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ। ମାଓ ଦମନ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରୁଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକ ଆରମ୍ଭ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଶ୍ରୀ ଖୁରାନିଆ ପୂର୍ବରୁ କଟକ ଭୁବନେଶ୍ୱର କମିଶନରେଟ ପୁଲିସରେ ଅତିରିକ୍ତ ପୁଲିସ କମିଶନର ଓ ପୁଲିସ କମିଶନର ଭାବେ ଗୁରୁ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ୨୦୧୮ଅକ୍ଟୋବରରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଏସଏଫର ଆଇଜି ଓ ପରେ ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ତୁଲାଇଥିଲେ। ଏଥିସହ ସେ ନୟାଗଡ଼, ଯାଜପୁର, ରାଉରକେଲା, ମୟୁରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସପି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ରେଞ୍ଜ ଡ଼ିଆଇଜି, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀର ନିର୍ଦ୍ଦେଶକ ସହିତ ଆଇଜି ଟ୍ରେନିଂ ଭାବେ ଦାୟିତ୍ୱ ତୁଲାଇଥିଲେ। 


ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକରେ ଆଇଜି ଅପରେସନ୍ ଜୟ ନାରାୟଣ ପଙ୍କଜ, ଡିଆଇଜି ଏସ.ଆଇ.ଡବ୍ଲୁ କନୱର ବିଶାଲ ସିଂହ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ, ବୌଦ୍ଧ ଏସପି ନାଗେଶ୍ୱର ଦେବାରକୋଣ୍ଡା ଉପସ୍ଥିତ ଅଛନ୍ତି।