Advertisement
Article Detail0/zeeodisha/odisha2478008

କାନ୍ଥରେ ରଙ୍ଗ ପାଇଁ ୩୦ କୋଟି ଖର୍ଚ୍ଚ କରିବେ ଓଡ଼ିଶା ସରକାର

ହିଳା ଓ ଶିଶୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବା ତଥା ଜରୁରୀ ସମୟରେ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଯୋଗାଯୋଗ କରିବାକୁ ଏହି କାନ୍ଥ ରଙ୍ଗରେ ବାର୍ତ୍ତା ଦିଆଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଆଦେଶ ଆଜି ଜାରି କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଅର୍ଥ ଖର୍ଚ୍ଚ କରାଯିବ।

କାନ୍ଥରେ ରଙ୍ଗ ପାଇଁ ୩୦ କୋଟି ଖର୍ଚ୍ଚ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ କାନ୍ଥ ରଙ୍ଗ କରି ସେଥିରେ  ସଚେତନତା ବାର୍ତ୍ତା ଲେଖିବାକୁ  ସରକାର ୩୦ କୋଟି ୯୬ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ମଞ୍ଜର କରିଛନ୍ତି। ଏହି ସଚେତନତା ବାର୍ତ୍ତାରେ ମହିଳା ହେଲ୍ପଲାଇନ ନମ୍ବର ୧୮୧ ଶିଶୁ ହେଲ୍ପଲାଇନ ନମ୍ବର  ୧୦୯୮ ଏବଂ ଜରୁରୀ ହେଲ୍ପଲାଇନ ନମ୍ବର ୧୧୨ ଲେଖାଯିବ।  ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବା ତଥା ଜରୁରୀ ସମୟରେ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଯୋଗାଯୋଗ କରିବାକୁ ଏହି କାନ୍ଥ ରଙ୍ଗରେ ବାର୍ତ୍ତା ଦିଆଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଆଦେଶ ଆଜି ଜାରି କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଅର୍ଥ ଖର୍ଚ୍ଚ କରାଯିବ।

ଏହିସବୁ ସହାୟତା ନମ୍ବରରେ ଭିନ୍ନ ଭିନ୍ନ କଲ୍‍ ସେଣ୍ଟର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି। କୌଣସି ଜରୁରୀ ପରିସ୍ଥିତିରେ ସରକାରୀ ଅଧିକାରୀ ବା ସମ୍ପୃକ୍ତ ଥାନା ସହ ଯୋଗାଯୋଗ କରିବା ଲାଗି ଏହି କଲ୍‍ ସେଣ୍ଟର ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରିଥାଏ। ବିଶେଷ କରି ଶିଶୁ ନିର୍ଯାତନା, ବାଳଶ୍ରମିକ, ବାଲ୍ୟ ବିବାହ, ଯୌତୁକ ପ୍ରଥା ଭଳି ବିଭିନ୍ନ ସାମାଜିକ ବ୍ୟାଧି ବିରୁଦ୍ଧରେ ଏହି ପ୍ରକ୍ରିୟାରେ ସହାୟତା ପ୍ରଦାନ କରାଯାଇଥାଏ। 
ଢେଙ୍କାନାଳ, ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, ବୌଦ୍ଧ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଫୁଲବାଣୀ, କଳାହାଣ୍ଡି, ଖୋର୍ଦ୍ଧା ଟ୍ରେଜରୀରୁ ଏହି ଖର୍ଚ୍ଚ ତୁଲାଯିବ। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀଙ୍କୁ ପାଣ୍ଠି କାଢ଼ିବାକୁ ଆଦେଶ ଦିଆଯାଇଛି।

Also Read- BSNL: ବଢିବ ଘରୋଇ ଟେଲିକମ କମ୍ପାନୀଙ୍କ ଚିନ୍ତା, ୬ ମାସ ଭିତରେ ବିଏସଏନଏଲ ଆଣୁଛି ଏହି ସୁବିଧା

Add Zee News as a Preferred Source
About the Author