ଭଦ୍ରକ: ସାମାଜିକ ଗଣମାଧ୍ୟରେବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକ ସହର ସଜ୍ଜିଆ ପୋଲଠାରେ ତୁମୁଳକାଣ୍ଡ ଘଟିଥିଲା । ସେହିପରି ଧାମନଗରରେ ମଧ୍ୟ ସ୍ଥିତି ଉତ୍ତେଜନାମୂଳକ ହୋଇଥିଲା। ଯାହାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ଘଟଣାରେ ଆଜି ଆଉ ୭ ଜଣ ଆନ୍ଦୋଳନକାରୀ ଗିରଫ ହୋଇଛନ୍ତି। ଫଳରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ଅନ୍ୟପଟେ ଭଦ୍ରକ ଧାମନଗର ଅଭିମୁଖେ ପୁଲିସ ଡିଜି ଓ୍ବାଇ.ବି ଖୁରାନିଆ ଯାଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ସ୍ଥିତି ସମୀକ୍ଷା କରିବେ ଖୁରାନିଆ। ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ ଆଲୋଚନା କରିବେ। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିବେ ଡିଜିପି। 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ; ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟକୁ ନେଇ ସନ୍ଥିଆଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା। ସେହିପରି ଧାମନଗର ଥାନା ଘେରାଉ କରାଯାଇଥିଲା। ହିଂସା ରୋକିବାକୁ ସାରା ଜିଲ୍ଲାରେ ମୋବାଇଲ୍ ଇଣ୍ଟର୍‌ନେଟ୍ ସେବାକୁ ପ୍ରଥମେ ୪୮ ଘଣ୍ଟା ବନ୍ଦ କରାଯାଇଥିବା ବେଳେ ଗତକାଲି ପୁଣି ଆଉ ୪୮ ଘଣ୍ଟା ପାଇଁ ବନ୍ଦ କରିଦିଆ ଯାଇଛି। ତେବେ ଜିଲ୍ଲାବାସୀ ଲିଜ୍ ଲାଇନ୍ ଇନ୍ ଇଣ୍ଟରନେଟ୍ ସେବା ପା ପାଉଛନ୍ତି। ଭଦ୍ରକ ସହର ଓ ଧାମନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ଉଭୟ ସ୍ଥାନରେ ଉତ୍ତେଜନାମୂଳକ ସ୍ଥିତି ଥିବାରୁ ୧୬୩ ରହିଥିବାବେଳେ ପୁଲିସ ଫୋର୍ସ ମଧ୍ୟ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୁଲିସ ପ୍ରଶାସନ ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରୁଛି। ଗତକାଲି ସୁଦ୍ଧା ମୋଟ ୧୫ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୭ ଜଣଙ୍କୁ ଗିରଫ କରାଯାଇଛି।