ଶୀତ ଅଧିବେଶନ ପାଇଁ କଡ଼ାକଡି ସୁରକ୍ଷା ବ୍ୟବସ୍ଥା; ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ
odisha assembly winter session: ଡିସିପିଙ୍କ ନେତୃତ୍ୱରେ ୮ଜଣ ଆଡିସିନାଲ୍ ଡିସିପି, ଦୁଇ କମ୍ପାନୀ ସିଆର୍ପିଏଫ୍, ଦୁଇ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାର୍ଡ, ବୋମା ନିଷ୍ଟ୍ରିୟକାରୀ ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି। ଏହାସହ ସାଧା ପୋଷାକରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗୁଇନ୍ଦା ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।
ଭୁବନେଶ୍ଵର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଆଜି ବିଧାନସଭା ଅଧିବେଶନ ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ। ସେପଟେ ଅଧିବେଶନ ପୂର୍ବରୁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ଚଳିତ ବିଧାନସଭାର ଶୀତ ଅଧିବେଶନ ପାଇଁ ୨୪ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଡିସିପିଙ୍କ ନେତୃତ୍ୱରେ ୮ଜଣ ଆଡିସିନାଲ୍ ଡିସିପି, ଦୁଇ କମ୍ପାନୀ ସିଆର୍ପିଏଫ୍, ଦୁଇ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାର୍ଡ, ବୋମା ନିଷ୍ଟ୍ରିୟକାରୀ ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି। ଏହାସହ ସାଧା ପୋଷାକରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗୁଇନ୍ଦା ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।