ଭୁବନେଶ୍ଵର: ରାଜ୍ୟରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ମାଫିଆମାନେ ଚୋରା ମଦ କାରବାରକୁ ବଢ଼ାଇ ଚାଲିଛନ୍ତି। ପରୋକ୍ଷରେ ସେମାନଙ୍କୁ ସହଯୋଗ କରାଯାଉଛି। ରାଜ୍ୟରେ ଚୋରା ମଦ କାରବାର ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।


COMMERCIAL BREAK
SCROLL TO CONTINUE READING

ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଏ ସରକାର କେବଳ ରଙ୍ଗ ବଦଳାଉଛନ୍ତି। ମଦ ବନ୍ଦ କରିବାକୁ ନିର୍ବାଚନ ଇସ୍ତାହାରରେ କହିଲେ, ହେଲେ କଲେନି। ତେଣୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଚୋରା ମଦ କାରବାର ବନ୍ଦ କରିବାକୁ କେହି ମନା କରୁ ନାହାନ୍ତି। ବୁଲଡୋଜର ଚଲାନ୍ତୁ, ହେଲେ ବର୍ତ୍ତମାନ ଘଟଣାକୁ ନେଇ ଆଗ ଇସ୍ତଫା ଦିଅନ୍ତୁ। ସେମାନେ ମଦ ବନ୍ଦ କରିବେନି। କାରଣ ମଦ ବେପାରୀଙ୍କ ସହ ସଲା ସୁତୁରାରେ ଅଛନ୍ତି।