Odisha News: ପାରାଦୀପରେ କଳିଙ୍ଗ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତ ଜୋରଦାର ଚାଲିଛି। ଚଳିତ ଥର କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟି ଅଧ୍ୟକ୍ଷ ଜେ. ସୋନାଲ୍ ପାରାଦୀପ ଆସି ବାଲିଯାତ୍ରାର ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ପାରାଦୀପ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ପାରାଦୀପର ଷଣ୍ଢକୁଦ ନିକଟ ଓ ଗୋପବନ୍ଧୁ ଷ୍ଟାଡିୟମ ର ହେଲି ପ୍ୟାଡ୍‌, ପାର୍ଟି ସ୍ଥଳ, ମୁଖ୍ୟ ପେଣ୍ଡାଲ, ଷ୍ଟଲ୍‌ ଆଦି କୁ ନେଇ ଅଧିକାରୀଙ୍କ ସହ ଜିଲ୍ଲାପାଳ ଜେ.ସୋନାଲ୍ ଆଲୋଚନା କରିଥିବା ବେଳେ ଚଳିତଥର କଳିଙ୍ଗ ବାଲିଯାତ୍ରା ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାର ଓ ବଲିଉଡ କଳାକାର ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ଜେ.ସୋନାଲ୍ କହିଛନ୍ତି। ତେବେ ଏନେଇ କଳିଙ୍ଗ ବାଲିଯାତ୍ରା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆ ଯାଇଥିବା ବେଳେ ସଠିକ ସମୟ ପୂର୍ବରୁ ଟେଣ୍ଟ ଓ ଡେକୋରେସନ୍ ଭଳି ସାଜ୍ସସଜା କାର୍ଯ୍ୟ ଶେଷ ହୋଇଯିବ ବୋଲି ଟେଣ୍ଟ ହାଉସ ମାଲିକ ତରଫରୁ କୁହାଯାଇଛି। ସେହିପରି ଚଳିତ ଥର ପାଗ ଅନୁକୂଳ ଥିବାରୁ ଏବେ ଠାରୁ ବିଭିନ୍ନ ଷ୍ଟଲ ଗୁଡିକ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ତେବେ ଚଳିତ ବର୍ଷ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଶ ତତ୍ପରତା ଦେଖାଦେଇଛି।