Berhampur University 25th Convocation: (ପ୍ରେମାନନ୍ଦ ପୂଜାରୀ) ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରାୟ ୫୦ ମିନିଟ ଅବଧି ବିଶିଷ୍ଟ କାର୍ଯ୍ଯସୂଚୀ ମଧ୍ଯରେ କଡା ସୁରକ୍ଷା ବଳୟରେ ନିର୍ଧାରିତ ସମୟ ମୁତାବକ ୧୦:୩୦ ସମୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟିପ୍ ଠାରେ ପହଞ୍ଚିଥିଲେ ମହାମହିମ। ସେଠାରେ ପହଞ୍ଚିବା ପରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ସହ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ କୁଳାଧିପତି ତଥା ମହାମହିମ ରାଜ୍ୟପାଳ ରଘୁବର ଦାସ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଚଳିତ ସମାବର୍ତ୍ତନ ଉତ୍ସବରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମ୍ମାନ ପଦକ ପ୍ରଦାନ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତନ ଉତ୍ସବରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଭିନ୍ନ ବିଭାଗର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୪୩ ଜଣ ଛାତ୍ରଛାତ୍ରୀଙ୍କୁ ପି.ଏଚ୍.ଡି ଏବଂ ଡି.ଲିଟ୍ ପଦକରେ ସମ୍ମାନିତ କରିଥିଲେ ମହାମହିମ। ସମସ୍ତଙ୍କୁ ନମସ୍କାର ଜଣାଇ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ମହାମହିମ। ସମସ୍ତ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହିଳା ଅଧିକ ସଶକ୍ତିକରଣ ହେଇଥିବା କହିଛନ୍ତି ମହାମହିମ।  



ସେମାନେ ଦେଶ ପାଇଁ ଉଜ୍ଜଳ ଭବିଷ୍ୟତ। ପୁଅ ହେଉ କିମ୍ବା ଝିଅ ସେମାନେ ଦେଶକୁ ଅଧିକ ଶକ୍ତିଶାଳୀ କରିବେ। ଦେଶ ଚତୁର୍ଥ ବିପ୍ଳବରେ ଅବତୀର୍ଣ୍ଣ ହୋଇଛି। ଅର୍ଜନ କରିଥିବା ଜ୍ଞାନକୁ ସଦୁପଯୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମହାମହିମ।ଚାକିରୀ ନ ପାଇଲେ ମଧ୍ୟ ଜୀବିକା ଅର୍ଜନ ପାଇଁ ସ୍ୱାବଲମ୍ବୀ ହେବାକୁ ପଡିବ। ଆସନ୍ତା ୨୦୪୭ ବର୍ଷରେ ପୂର୍ଣ୍ଣ ବିକଶିତ ଭାରତ ଗଠନ ହେବା ଲକ୍ଷ୍ୟ ରହିଛି।  ବୈଶ୍ୱିକ ଅର୍ଥନୀତିରେ ଦେଶ ଏବ ଦେଶ ଏବେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଖୁବ ଶୀଘ୍ର ତୃତୀୟ ସ୍ଥାନକୁ ଚାଲି ଯିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।



ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ପ୍ରଥମ କରି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଥିବା ହେତୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟର କର୍ମକର୍ତ୍ତା ତଥା ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ଯ ରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ହାତରୁ ସମାବର୍ତ୍ତନ ସମାରୋହରେ ଉପାଧି ଗ୍ରହଣ କରି ନିଜକୁ ଧନ୍ଯ ମନେ କରିଥିବା କହିଛନ୍ତି ଛାତ୍ରଛାତ୍ରୀ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ଯବସ୍ଥାକୁ ମଜବୁତ କରାଯାଇଥିଲା। ଭଞ୍ଜବିହାର ନାମରେ ପରିଚିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୧୧ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଜଣ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ।