President Droupadi Murmu: ମହାପ୍ରଭୁଙ୍କ ଦର୍ଶନ କଲେ ମହାମହିମ, ଅପରାହ୍ନରେ ଦେଖିବେ ଭାରତୀୟ ନୌସେନାର ରଣକୌଶଳ
President Droupadi Murmu: ପାଞ୍ଚ ଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି ମହାମହିମ। ପୁରୀ ଯାଇ ମହାପ୍ରଭୁଙ୍କ ଆର୍ଶିବାଦ ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଚାଲି ଚାଲି ଆସି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ ।
President Droupadi Murmu: ପାଞ୍ଚ ଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି ମହାମହିମ। ପୁରୀ ଯାଇ ମହାପ୍ରଭୁଙ୍କ ଆର୍ଶିବାଦ ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଚାଲି ଚାଲି ଆସି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ । ସିଂହଦ୍ୱାର ଠାରେ ମହାମହିମ ଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଭାରତର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ଙ୍କୁ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରଥମେ ପାଛୋଟି ନେଇଥିଲେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ସେବାୟତ ମାନେ ସ୍ଵାଗତ କରିଥିଲେ । ଏବଂ ମହାମହିମଙ୍କ କୌଳିକ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ମହାମହିମଙ୍କ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସକାଳ ସାଢ଼େ ୮ଟରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ତେବେ ରାଷ୍ଟ୍ରପତିଙ୍କ ଜଗା ଦର୍ଶନ ପରେ ସର୍ବସାଧାରଣ ଦର୍ଶନ ପୁଣି ଥରେ ସ୍ବାଭାବିକ୍ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସେପଟେ, ମହାପ୍ରଭୁଙ୍କ ଦର୍ଶନ ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପରେ ଅପରାହ୍ନ ଆଜି ଅପରାହ୍ନ ୩ଟା ୫୫ରେ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ ମହାମହିମ। ସେଠାରେ ଭାରତୀୟ ନୌସେନାର କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ଯୋଗ ଦେବେ। ନୌ-ସେନାର ପରାକ୍ରମୀ ଯବାନମାନେ ବିଭିନ୍ନ ଦୁଃସାହସିକ ଯୁଦ୍ଧକୌଶଳ ପ୍ରଦର୍ଶନ କରିବେ । ଏନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା ସହ ସିସିଟିଭିରେ ପୂରା ସହରର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି। ସେପଟେ, ପୁରୀ ପୌରପାଳିକାରେ ମଧ୍ୟ ଆଜି ସମସ୍ତ ସ୍କୁଲକୁ ସ୍କୁଲ ବନ୍ଦ ।