President Droupadi Murmu: ଆଜି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତର ଶେଷ ଦିନ(President Droupadi Murmu Odisha visit)। ମହାମହିମ ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।  ଆଜି ସକାଳ  ୧୦ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ରେଢାଖୋଲ ଯିବେ।  ପରେ ପୂର୍ବାହ୍ନ ୧୧ଟା ବାଜି ୫ ମିନିଟ୍ ସମୟରେ ରେଢାଖୋଲ ବ୍ଲକର କଦଳିଗଡ଼ ହାଇସ୍କୁଲ ପଡିଆରେ ଓହ୍ଲାଇବେ। ପରେ, ସେଠାରେ ବାହାରି ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠକୁ ଯିବେ। ସେଠାରେ ସନ୍ଥକବିଙ୍କୁ ଶ୍ରଦ୍ଧାଞ୍ଚଳୀ ଦେବେ। ଏବଂ ଭୀମ ଭୋଇଙ୍କ ଆଶ୍ରମ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେବଳ ସେତିକି ନୁହେଁ  ସନ୍ଥକବିଙ୍କ ଜ୍ଞାନପ୍ରାପ୍ତି ପୀଠ କନ୍ଧରା ଓ  ବାଲ୍ୟକାଳ କାଟିଥିବା ସ୍ଥାନ କାଙ୍କଡପଡା ବି ଯିବେ। 


COMMERCIAL BREAK
SCROLL TO CONTINUE READING

ALSO READ: Flight Service: ଏହି ଦିନ ମାଲକାନଗିରି ଆରମ୍ଭ ହେବ ବିମାନ ସେବା


ପରେ ରେଢାଖୋଲର ମିନି ଷ୍ଟାଡିୟମକୁ ଯାଇ ସେଠାରେ ମହିମା ଭକ୍ତଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି଼ କରାଯାଇଛି। ରେଢାଖୋଲରେ ବ୍ୟାପକ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି। ସେପଟେ ଆଜି ଅପରାହ୍ନ ୫ଟା ୧୫ ମିନିଟ୍ ସମୟରେ ଝାରସୁଗୁଡା ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଯୋଗ୍ୟ, ଫେବୃଆରୀ ୨୮ ତାରିଖ ଠାରୁ  ଚାରି ଦିନିଆ ଓଡି଼ଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu Odisha Visit)।