Bhadrak News: ଜେଲ ଭିତରେ କଏଦୀ ଘଟାଇଲେ ଅମାନୁଷିକ କାଣ୍ତ (Prisoner self harm in Bhadrak )। ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜେଲରେ ଥିବା ବେଳେ ଅନ୍ତେବାସୀ (Prisoner) କାଟିଲେ ନିଜ ହାତରେ ନିଜ ଗୁପ୍ତାଙ୍ଗ ଓ ହାତ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ହୋଇଥବା ବିଚାରଧିନ କଏଦୀ ଜଣକ ହେଲେ, ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି କିଭଳି ସ୍ଥିତିରେ କଏଦୀ ଜଣକ ଏଭଳି ଘଟଣା ଜେଲ୍ ମଧ୍ୟରେ ଘଟାଇଲେ ସେନେଇ ଛାନଭିନ୍ ଜାରି ରହିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ। ନିଜ ସ୍ତ୍ରୀକୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲଣ ହୋଇ ଥାନରେ ରହିଥିଲେ। କିନ୍ତୁ ଗତକାଲି ଅପରାହ୍ନ ସମୟରେ ସେ ଜେଲରେ ଥିବା ସମୟରେ , ସେ ପାଇଖିନା ଯାଇଥିଲେ କିନ୍ତୁ ସେଠାରେ ଏକ ଧାରୁଆ ଅସ୍ତ୍ରରେ ନିଜ ହାତ ଓ ଗୁପ୍ତାଙ୍ଗ କାଟି ପକାଇଥିଲେ। ଏହି ଖବର ଜେଲ୍ କର୍ତ୍ତୃପକ୍ଷ ପାଇବା ପରେ, ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି  ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅସ୍ତ୍ରୋପଚାର ପରେ ମଧ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଜେଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ, ଜେଲ ମଧ୍ୟକୁ ଧାରୁଆ ଅସ୍ତ୍ର ଆସିଲା କିପରି ? ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ତାଙ୍କୁ କିଏ ମାରିବାକୁ ଚେଷ୍ଟା କରିଛି । ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ ।