ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
Sahitya academy award: ୧୯୩୯ ମସିହା ଫେବୃଆରୀ ୨୭ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ସାମଲ ନିଜ ସାହିତ୍ୟ କୃତି ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଜଣେ ଅଧ୍ୟାପକ ଓ ଗବେଷକ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ବିଶ୍ୱଭାରତୀ ପର୍ଯ୍ୟନ୍ତ ଯାତ୍ରା ଓ ଅନେକ ସୃଷ୍ଟିର ସଂଭାର ତାଙ୍କୁ ଉଭୟ ଶିକ୍ଷକ, ଛାତ୍ରଛାତ୍ରୀ, ଗବେଷକ ଓ ପାଠକଙ୍କ ନିକଟରେ ପରିଚିତ କରାଇପାରିଛି। ଶ୍ରେଣୀକକ୍ଷ ଠାରୁ ସଭାକକ୍ଷ ଓ ମୁକ୍ତମଞ୍ଚର ଶ୍ରୋତାଙ୍କୁ ବିମୁଗ୍ଧ କରିଛି।
ଭୁବନେଶ୍ଵର: ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। 'ଭୂତି ଭକ୍ତି ବିଭୂତି' ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଆଧ୍ୟାତ୍ମିକ ଚିନ୍ତନମ ବିଶ୍ୱଦୃଷ୍ଟି ଏବଂ ମାନବିକ ଭାବନରେ ରୁଦ୍ଧିମନ୍ତ ଏହି ପୁସ୍ତକ ବେଶ ଉଚ୍ଚ ପ୍ରଶଂସିତ ହୋଇଛି। ଜଣେ ଉଚ୍ଚ ମୂଲ୍ୟବୋଧଭିତ୍ତିକ ପ୍ରାବନ୍ଧିକ ଏବଂ ସମାଲୋଚକ ଭାବେ ବୈଷ୍ଣବ ଚରଣ ସାମଲଙ୍କ ସୁଖ୍ୟାତି ରହିଛି।
୧୯୩୯ ମସିହା ଫେବୃଆରୀ ୨୭ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ସାମଲ ନିଜ ସାହିତ୍ୟ କୃତି ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଜଣେ ଅଧ୍ୟାପକ ଓ ଗବେଷକ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ବିଶ୍ୱଭାରତୀ ପର୍ଯ୍ୟନ୍ତ ଯାତ୍ରା ଓ ଅନେକ ସୃଷ୍ଟିର ସଂଭାର ତାଙ୍କୁ ଉଭୟ ଶିକ୍ଷକ, ଛାତ୍ରଛାତ୍ରୀ, ଗବେଷକ ଓ ପାଠକଙ୍କ ନିକଟରେ ପରିଚିତ କରାଇପାରିଛି। ଶ୍ରେଣୀକକ୍ଷ ଠାରୁ ସଭାକକ୍ଷ ଓ ମୁକ୍ତମଞ୍ଚର ଶ୍ରୋତାଙ୍କୁ ବିମୁଗ୍ଧ କରିଛି।
ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ରଚିତ ପୁସ୍ତକ ମଧ୍ୟରେ ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିବୃତ୍ତ, ଜଣେ ବଣା ବାଟୋଇର କାହାଣୀ, କହଇ ଅଭିରାମ ବାଇ, ଗଣକବି ସାହିତ୍ୟ ସମୀକ୍ଷା, ଲାବଣ୍ୟବତୀ, ଓଡ଼ିଆ ସାହିତ୍ୟର ଇତିହାସ, ଅତିବଡ଼ି ଜଗନ୍ନାଥ ଦାସ, ଓଡ଼ିଆ ଗଳ୍ପ-ଉନ୍ମେଷ ଓ ଉତ୍ତରଣ, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା, ଓଡ଼ିଆ ସାହିତ୍ୟରେ ରାଧାନାଥ ଓ ସତ୍ୟବାଦୀ ଯୁଗ, ଘଟେ ଘଟେ ଅଶ୍ୱଥମା ଓ ଅନ୍ୟାନ୍ୟ ଆଦି ରହିଛି।