ପୁରୀ: ଗତ ୨୯ ତାରିଖ ରାତିରେ ନରେନ୍ଦ୍ର ପୋଖରୀ ନିକଟରେ ହୋଇଥିବା ବାଣ ବିସ୍ଫୋରଣ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ଘଟଣାକୁ ନେଇ କିଛି ଆପତ୍ତି ଅଭିଯୋଗ ଥିଲେ ଅପରାହ୍ନ ୩ଟାରୁ ୭ ମଧ୍ୟରେ ପୁରୀ ସର୍କିଟ ହାଉସ ଠାରେ ଜନ ସାଧାରଣ ଦାଖଲ କରିବାକୁ ସୂଚନା ପ୍ରଦାନ କରିଛି।ଏକ ପ୍ରେସ ବିବୃତି ମାଧ୍ୟମରେ ଏହି ସୂଚନା ଦିଆଯାଇଥିବା ଜଣାପଡିଛି। ସେ ଏକ ଚିଠିରେ କହିଛନ୍ତି କି ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୫ ତାରିଖ ଦିନ ପୁରୀର ସ୍ୱତନ୍ତ୍ର ସର୍କିଟ ହାଉସରେ ଏହାର ତଦନ୍ତ କରାଯିବ। ଏହି ସମୟରେ ଗଠିତ ତଦନ୍ତକାରୀ ଟିମର ସଦସ୍ୟମାନେ ଉପସ୍ଥିତ ରହିବା ସହିତ ଘଟଣାସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ କି ଗତ ୨୯ ତାରିଖରେ ସନ୍ଧ୍ୟାରେ ମହାପ୍ରଭୁଙ୍କ ଚାପ ଖେଳ ସମୟରେ ଏହି ବାଣ ବିସ୍ଫୋରଣ ହୋଇଥିଲା। ଗତ ବୁଧବାର ନରେନ୍ଦ୍ର ପୁଷ୍କରଣୀ ଦେବୀ ଘାଟ ଠାରେ ବାଣ ବିସ୍ଫୋରଣ ଟ୍ରେଜେଡି ଘଟଣାରେ ଆଜି ମୃତ୍ୟୁ ସଂଖ୍ୟା ୮ରେ ପହଂଚିଛି।ଘଟଣା ଘଟିବା ପରେ ୩୦ଜଣଙ୍କୁ  ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ  ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା।ଗୁରୁବାର ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଶୁକ୍ରବାର ଅନ୍ୟ ୩ଜଣ ଙ୍କର ମୃତ୍ୟୁ ନେଇ ସ୍ପଷ୍ଟ ହୋଇଥିଲା। ତେବେ ଆଜି ଚିକିତ୍ସାଧୀନ ଅନ୍ୟ ଆହତଙ୍କ ମଧ୍ୟରୁ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। 


ସୂଚନାଯୋଗ୍ୟ ଆଜି ଜୁନ ପହିଲା ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ବଡଧରଣର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଘଟି ଜଳିଗଲା କୁଇଣ୍ଟାଲ କୁଇଣ୍ଟାଲ କେବଲ୍। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କେହି ପାଖକୁ ଯିବାକୁ ଭୟ କରୁଥିଲେ। ଅଗ୍ନିକାଣ୍ଡ ଯୋଗୁଁ ନାକଚଣା ଦ୍ୱାର ସମ୍ମୁଖ ଗଛ ଓ ଅନ୍ଯାନ୍ଯ ଜିନିଷ ଜଳିଯାଇଛି। ତେବେ ଆଜି ନିମାପଡା ଓ କାକଟପୁରରେ ନିର୍ବାଚନ ଥିବାରୁ ଏସପି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଯାଉଥିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିଥିଲା। ଫଳରେ ସେ ତୁରନ୍ତ ଦମକଳ ଅଫିସକୁ ଫୋନ୍ କରିଥିଲେ। ଦମକଳ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ତେବେ ଅଗ୍ନିକାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଓ ପାଚେରୀ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡ ଧୁଆଁ ଓ ତାତିରେ କଳା ପଡିଯାଇଛି। ତେବେ ଏଠାରେ କିଭଳି ନିଆଁ ଲାଗିଲା ଓ କିଏ ଲଗାଇଲା ତାହା ଜଣାପଡିନାହିଁ।


Also Read- Shukra Gochar: ଏହି ତାରିଖରୁ ଫିଟିବ ୫ ରାଶିର ଭାଗ୍ୟ, ଶୁକ୍ରଙ୍କ ପ୍ରଭାବରୁ ମିଳିବ ସୌଭାଗ୍ୟ