Shukra Gochar: ଏହି ତାରିଖରୁ ଫିଟିବ ୫ ରାଶିର ଭାଗ୍ୟ, ଶୁକ୍ରଙ୍କ ପ୍ରଭାବରୁ ମିଳିବ ସୌଭାଗ୍ୟ
Advertisement
Article Detail0/zeeodisha/odisha2267702

Shukra Gochar: ଏହି ତାରିଖରୁ ଫିଟିବ ୫ ରାଶିର ଭାଗ୍ୟ, ଶୁକ୍ରଙ୍କ ପ୍ରଭାବରୁ ମିଳିବ ସୌଭାଗ୍ୟ

ମିଥୁନ ରାଶିରେ ଶୁକ୍ରଙ୍କ ଚଳନ ୧୨ ଜୁନ୍ ୨୦୨୪ ବୁଧବାର ସନ୍ଧ୍ୟା ୬.୩୭ ରେ ହେବାକୁ ଯାଉଛି । ଶୁକ୍ର ୨୪ ଦିନ ପର୍ଯ୍ୟନ୍ତ ଅର୍ଥାତ ୭ ଜୁଲାଇ ୨୦୨୪ ରବିବାର ପର୍ଯ୍ୟନ୍ତ ଏଠାରେ ରହିବେ । ଶକ୍ତିଶାଳୀ ଗ୍ରହ ଶୁକ୍ରଙ୍କ ପ୍ରଭାବରୁ କିଛି ରାଶିର ବ୍ୟକ୍ତିଙ୍କୁ ସୁଖ ଏବଂ ସମୃଦ୍ଧି ମିଳିବା ସହ ଜୀବନରେ ପରିବର୍ତ୍ତନ ହେବ ।

Shukra Gochar: ଏହି ତାରିଖରୁ ଫିଟିବ ୫ ରାଶିର ଭାଗ୍ୟ, ଶୁକ୍ରଙ୍କ ପ୍ରଭାବରୁ ମିଳିବ ସୌଭାଗ୍ୟ

Shukra Gochar: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମିଥୁନ ରାଶିରେ ଶୁକ୍ରଙ୍କ ଚଳନ ୧୨ ଜୁନ୍ ୨୦୨୪ ବୁଧବାର ସନ୍ଧ୍ୟା ୬.୩୭ ରେ ହେବାକୁ ଯାଉଛି । ଶୁକ୍ର ୨୪ ଦିନ ପର୍ଯ୍ୟନ୍ତ ଅର୍ଥାତ ୭ ଜୁଲାଇ ୨୦୨୪ ରବିବାର ପର୍ଯ୍ୟନ୍ତ ଏଠାରେ ରହିବେ । ଶକ୍ତିଶାଳୀ ଗ୍ରହ ଶୁକ୍ରଙ୍କ ପ୍ରଭାବରୁ କିଛି ରାଶିର ବ୍ୟକ୍ତିଙ୍କୁ ସୁଖ ଏବଂ ସମୃଦ୍ଧି ମିଳିବା ସହ ଜୀବନରେ ପରିବର୍ତ୍ତନ ହେବ ।

ମେଷ ରାଶି
ମିଥୁନ ରାଶିରେ ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଆଣିଦେବ । ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇବ । ନିଜ ପ୍ରଭାବ ବୃଦ୍ଧି କରିବାରେ ଆପଣ ସଫଳ ହେବେ । ଆପଣଙ୍କ ଆଚରଣ ଅନ୍ୟଙ୍କୁ ଆକର୍ଷିତ କରିବ । ଜୀବନର ସମସ୍ତ କ୍ଷେତ୍ରରେ ଆପଣ ଆଗେଇ ପାଇବେ । ଏହି ସମୟରେ ଆପଣ ଦୂରଯାତ୍ରା କରିପାରନ୍ତି ।

ବୃଷ ରାଶି
ଶୁକ୍ରଙ୍କ ଚଳନ ପାରିବାରିକ ଜୀବନ ଉପରେ ବିଶେଷ ପ୍ରଭାବ ପକାଇବ । ପରିବାର ସଦସ୍ୟଙ୍କ ସହ ଗୁଣାତ୍ମକ ସମୟ ବିତାଇବେ । ଏହି ସମୟରେ କ୍ରୋଧିତ ହେବା ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ପ୍ରିୟଜନଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ଖାଦ୍ୟରେ ଘିଅ ମିଶାଇ ଖାଆନ୍ତୁ ।

କର୍କଟ ରାଶି
ଶୁକ୍ରଙ୍କ ଚଳନ ପ୍ରଭାବରୁ ଆପଣ ଆଗକୁ ବଢିବେ । ଏହି ସମୟରେ ଆପଣ ବିଦେଶରୁ ଭଲ ଖବର ଶୁଣିବେ । ଆପଣଙ୍କର ଖର୍ଚ୍ଚ ବଢିପାରେ । ତେଣୁ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ।

ସିଂହ ରାଶି
ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ​​ଭାଗ୍ୟ ବଦଳାଇପାରେ । ଆପଣ କରିଥିବା କାର୍ଯ୍ୟର ଭଲ ଫଳାଫଳ ପାଇବେ । ଆର୍ଥିକ ଲାଭର ସୁଯୋଗ ରହିଛି । ଧର୍ଯ୍ୟ ଧରିବାର ଆବଶ୍ୟକତା ରହିଛି । ଚାପ କମାଇବା ପାଇଁ ଉଦ୍ୟମ କରିବା ଆବଶ୍ୟକ ।

କୁମ୍ଭ ରାଶି
ଶୁକ୍ରଙ୍କ ଚଳନ ଆପଣଙ୍କ ଜୀବନରେ ସୁଖ ବୃଦ୍ଧି କରିବ । ନିଜକୁ ପ୍ରାଥମିକତା ଦେବା ସହ ଖୁସି ଅନୁଭବ କରିବେ । ନୂଆ କାର୍ଯ୍ୟକଳାପରେ ଜଡିତ ହୋଇପାରନ୍ତି । ନିଜ ସୃଜନଶୀଳତା ଅଭିବ୍ୟକ୍ତି ପାଇବ । ଆତ୍ମବିଶ୍ୱାସ ଏବଂ ମନୋବଳ ବୃଦ୍ଧି ପାଇବ । ଧଳା ପୋଷାକ ପିନ୍ଧନ୍ତୁ ଶୁଭଫଳ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- ଆପଣ ପାନ୍ କାର୍ଡ ସହ ଆଧାର ଲିଙ୍କ କରିନାହାନ୍ତି କି? ତାହାଲେ ଏତିକି ତାରିଖ ପୂର୍ବରୁ କରିଦିଅନ୍ତୁ ଲିଙ୍କ୍, ନହେଲେ...

Also Read- Lakshmi Narayan yog 2024: ମେ ଶେଷରେ ବିରଳ ରାଜଯୋଗ, ୩ ରାଶି ଭାଗ୍ୟରେ ଧନ ବର୍ଷା