AC Tunnel in Puri: ଆସନ୍ତା ନୂଆ ବର୍ଷରେ (New Year 2024) ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଶ୍ରୀମନ୍ଦିରରେ (Jagannath Temple) ଲକ୍ଷାଧିକ ଭକ୍ତଙ୍କ ସମାଗନ ହେବ । ଫଳରେ ୩୧ ତାରଖ ରାତି ତମାମ ଉଜାଗର ରହି ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନେଇ କେନ୍ଦ୍ରାଞ୍ଚଳ ପୋଲିସ ସୂଚନା ଦେଇଛନ୍ତି । ସେପଟେ ୨୫ ତାରିଖରୁ ଏସି ଟନେଲ (AC Tunnel) ବା ଶୀତତାପ ନିୟନ୍ତ୍ରିତ ଟନେଲ ଦେଇ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ । ଏହି ଟନେଲରେ ଜଗା ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି । ଏମିତି କି ଟନେଲ ଭିତରେ ବ୍ୟାରିକେଡ଼ (Barricade) ନିର୍ମାଣ କରାଯାଉଛି । ମିରିଚିକୋଟ ଛକଠାରୁ (Marchikot Chhak) ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏସି ଟନେଲ ବ୍ୟାରିକେଡ଼ ନିର୍ମାଣ କାର୍ଯ୍ୟ ଜୋର ଧରିଛି । ତେବେ ୨୫ ତାରିଖ ସକାଳୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ମନ୍ଦିର ପ୍ରଶାସନ (Puri Administration) ପକ୍ଷରୁ ସୂଚନା ମିଳିଛି ।


ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ । ଏନେଇ ଦ୍ବାର ଭିତର ପାହାଚରେ ରାମ୍ପ୍ ନିର୍ମାଣ କରାଯାଇଛି । ଏହାସହ ହୁଇଲ ଚେୟାର ବ୍ୟବସ୍ଥା କରାଯିବା ସହ ସହାୟତା ପାଇଁ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ।ଶ୍ରଦ୍ଧାଳୁମାନେ ଯେପର ଶାନ୍ତି ଶୃଙ୍ଖଳା ଓ ନିରାପଦରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ତାହାରୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଆଗାମୀ ୨୫ରେ ବଡ଼ ଦିନ, ୩୧ ଓ ନୂଆବର୍ଷ ପାଇଁ ସୂତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ।