Minor girl rape case: ଗତକାଲି ରାତିରେ ଶିଶୁ କନ୍ୟାକୁ ଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ। ତ୍ରିଶୁଳିଆ ଅଞ୍ଚଳର ଏକ ଇଟାଭାଟିରେ ଦୁଷ୍କର୍ମ ହୋଇଥିବା ନେଇ ଵାରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୀଡ଼ିତାଙ୍କୁ ପ୍ରଥମେ ଶିଶୁଭବନ ପରେ ଅଧିକ ଚିକିତ୍ସା ଲାଗି ଏସସବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି।
Trending Photos
କଟକ: ବାରଙ୍ଗରେ ନାବାଳିକାକୁ ଦୁଷ୍କର୍ମ ମାମଲାm ଧରାପଡିଲା ଅଭିଯୁକ୍ତ। ତ୍ରିଶୁଳିଆରୁ ଦୁଷ୍କର୍ମକାରୀକୁ ବାନ୍ଧିଲା ବାରଙ୍ଗ ଥାନା ପୋଲିସ। ପୂର୍ବରୁ ପୀଡିତାଙ୍କ ପରିବାରକୁ ଜାଣିଥିଲା ଅଭିଯୁକ୍ତ। ଘଟଣାର ଛାନଭିନ ପରେ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା।
ଗିରଫ ଅଭିଯୁକ୍ତ ଝାଡ଼ଖଣ୍ଡର ବୋଲି ସୂଚନା ଦେଇଛନ୍ତି କଟକ ଡିସିପି। ପୀଡ଼ିତାଙ୍କ ପରିବାର ମଧ୍ୟ ଝାଡ଼ଖଣ୍ଡର ବୋଲି ସେ କହିଛନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ତିନୋଟି ଟିମ ଗଠନ କରି ତଦନ୍ତ କରୁଥଲା ପୋଲିସ। ପୀଡ଼ିତାଙ୍କ ଉତ୍ତମ ଚିକିତ୍ସାର ତଦାରଖ ଲାଗି ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି।
ଗତକାଲି ରାତିରେ ଶିଶୁ କନ୍ୟାକୁ ଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ। ତ୍ରିଶୁଳିଆ ଅଞ୍ଚଳର ଏକ ଇଟାଭାଟିରେ ଦୁଷ୍କର୍ମ ହୋଇଥିବା ନେଇ ଵାରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୀଡ଼ିତାଙ୍କୁ ପ୍ରଥମେ ଶିଶୁଭବନ ପରେ ଅଧିକ ଚିକିତ୍ସା ଲାଗି ଏସସବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି।