ଇସ୍କନର ଅଦିନିଆ ରଥଯାତ୍ରାକୁ ବାରଣ କଲେ ଗଜପତି ମହାରାଜା
ଚିଠିରେ ଗଜପତି ମହାରାଜା ଅଦିନିଆ ରଥଯାତ୍ରା କରିବାକୁ ବାରଣ କରିଛନ୍ତି । ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଗଜପତି ମହାରାଜ ଚିଠି ଲେଖି କହିଛନ୍ତି ଯେ, ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ।
ପୁରୀ: ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଆୟୋଜିତ କରାଯାଉଥିବା ଅଦିନିଆ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗରେ ଇସ୍କନକୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚିଠିରେ ଗଜପତି ମହାରାଜା ଅଦିନିଆ ରଥଯାତ୍ରା କରିବାକୁ ବାରଣ କରିଛନ୍ତି । ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଗଜପତି ମହାରାଜ ଚିଠି ଲେଖି କହିଛନ୍ତି ଯେ, ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ।
ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଛି । ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ମଧ୍ୟ ହୋଇଛି । ବିଧି, ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ବି ହୋଇଛି । ତେଣୁ ନଭେମ୍ବର ୯ରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ଇସ୍କନ କର୍ତ୍ତୃପକ୍ଷ ବନ୍ଦ କରନ୍ତୁ ବୋଲି ଗଜପତି ମହାରାଜ ଦାବି କରିଛନ୍ତି । କେବଳ ବିଧି ମୁତାବକ ସ୍ନାନ ଯାତ୍ରା ଓ ରଥଯାତ୍ରା କରାଯିବା ଆବଶ୍ୟକ ବୋଲି ଗଜପତି ମହାରାଜା କହିଛନ୍ତି ।
Also Read- Crime News: ରାତି ଅନ୍ଧାରରେ ସଟର ତାଡି ୫ ଲକ୍ଷ ଲୁଟ କଲେ ଲୁଟେରା
Also Read- ମୋ ବସ୍ ଦୁର୍ଘଟଣା, ଚକାତଳେ ଗଲା ମହିଳାଙ୍କ ଜୀବନ