Puri Parikrama Project: ଆସନ୍ତା ଜାନୁଆରୀ ୧୭ରେ ଉଦ୍ଦଘାଟନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ଉଦ୍ଦଘାଟନୀ ଉତ୍ସବକୁ ବେଶ ସୁରୁଖୁରୁରେ ସମ୍ପାଦନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଦେବପୀଠ ଓ ଧାର୍ମିକ ଗୁରୁମାନଙ୍କୁ ଯୋଗଦେବା ଲାଗି ନିମନ୍ତ୍ରଣ କରାଯିବ। ପୁରୀରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଏଥିପାଇଁ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି । ଏହି ପବିତ୍ର କାର୍ଯ୍ୟ ପାଇଁ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯିବ । ଆସନ୍ତା ୨୬ରେ ଶ୍ରୀମନ୍ଦିର ନିକଟରୁ ୩୩ଟି ଟିମ୍  ନିମନ୍ତ୍ରଣ ବାର୍ତ୍ତା ନେଇ ଯାତ୍ରା ଆରମ୍ଭ କରିବେ । ଶ୍ରୀମନ୍ଦିର ସେବାୟତ, ପରିଚାଳନା କମିଟି ସଦସ୍ୟ, ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏହି ଟିମ୍ ଗଠିତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବରେ ଯୋଗଦେବାକୁ ଥିବା ଅତିଥିମାନଙ୍କୁ ନିମନ୍ତ୍ରଣ ନେଇ ଟିମ୍ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରା କରିବେ । ଏହି ଦଳ ରାଜ୍ୟ ଭିତରେ ଓ ବାହାରେ ଥିହା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର ଅନ୍ୟାନ୍ୟ ଦେବଦେବୀ ପୀଠର କମିଟି, ଚାରିଧାମ ପୀଠ କର୍ତ୍ତୃପକ୍ଷ, ଶଙ୍କରାଚାର୍ଯ୍ୟମାନଙ୍କ ସମେତ ଅନ୍ୟ ସାଧୁସନ୍ଥଙ୍କୁ ନିମନ୍ତ୍ରଣ ଦେବେ । ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଲିଙ୍ଗରାଜଙ୍କୁ ପ୍ରଦାନ କରାଯିବ, ଏନେଇ ୩ଟି ଟିମ୍ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯିବେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯିବ । ଅନ୍ୟପଟେ ୧୩ଟି ଟିମ୍ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ବାହାରିବେ । ସେହିପରି ଅନ୍ୟ ୧୭ଟି ଟିମ୍ ରାଜ୍ୟ ବାହାରକୁ ଯାତ୍ରା କରିବେ । ୨୬ରୁ ୨୯ ମଧ୍ୟରେ ନିମନ୍ତ୍ରଣ କାମ ସାରି ଟିମ୍ ପୁରୀ ଫେରିବ ।


ରାଜ୍ୟ ମଧ୍ଯରେ ଖଲ୍ଲିକୋଟ, କୋଦଳା ଓ ଚିଲିକାକୁ ପ୍ରଥମ ଟିମ୍ ଯାତ୍ରା କରିବ। ସେହିପରି ଦ୍ୱିତୀୟ ଟିମ୍ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ,  ତୃତୀୟ ଟିମ୍ ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ୪ର୍ଥ ଟିମ୍ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ୫ମ ଟିମ୍ ଢ଼େଙ୍କାନାଳ, ଅନୁଗୋଳ, ଦେବଗଡ଼, ୬ଷ୍ଠ ଟିମ୍ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ୭ମ ଟିମ୍ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ୮ମ ଟିମ୍ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ୯ମ ଟିମ୍ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ୧୦ମ ଟିମ୍ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ୧୧ତମ ଟିମ୍ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ୱାଦଶ ଟିମ୍ ଦାରୁକ୍ଷେତ୍ର ପୁରୀ, କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଟିମ୍ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ନିଆରି, ରାୟଚକ୍ରଧରପୁର, ଅସ୍ତରଙ୍ଗ ଓ ଡେଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବାକୁ ଯିବେ।


Also Read- Weather Update: ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ, ସତର୍କତା ଜାରି କଲା ପାଣିପାଗ ବିଭାଗ


ସେହିପରି ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବତୀ ମନ୍ଦିର, ତିରୁପତି ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍‌‌ କାମାକ୍ଷୀ ଦେବୀ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍‌‌, ପଦ୍ମନାଭ ସ୍ୱାମୀ ମନ୍ଦିର, ସାବରୀମାଳା, ଗୁରୁନାରାୟଣ, ରାମେଶ୍ୱରମ୍‌‌, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରିନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋର୍ତିଲିଙ୍ଗ, ସୁରତ୍‌‌ ଓ ଜମାଲପୁର ଜଗନ୍ନାଥ ମନ୍ଦିର, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ମନ୍ଦିର ସହ ଦେଶର ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଟିମ୍‌‌ ଗଠନ କରାଯାଇଥିବା ସୂଚନା ମିଳିଛି।