Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in odisha)। ଆଜି ଶୀତ ସାମାନ୍ୟ ହ୍ରାସ ପାଇଛି। ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗକୁ ଘନ କୁହୁଡି ବଢିବ। ଏ-ନେଇ ଆଞ୍ଚଳିକ ପାଣିପାଗ ବିଭାଗ(Meteorological Centre, Bhubaneswar) ପକ୍ଷରୁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ (Yellow alert)ଜାରି କରାଯାଇଛି।
Trending Photos
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in odisha)। ଆଜି ଶୀତ ସାମାନ୍ୟ ହ୍ରାସ ପାଇଛି। ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗକୁ ଘନ କୁହୁଡି ବଢିବ। ଏ-ନେଇ ଆଞ୍ଚଳିକ ପାଣିପାଗ ବିଭାଗ(Meteorological Centre, Bhubaneswar) ପକ୍ଷରୁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ (Yellow alert)ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ଣ ଓ ଶୁଷ୍କ ପବନ ପ୍ରବାହ ବଢୁଥିବାରୁ ତାପମାତ୍ରା ବୃଦ୍ଧି ହେବା ସହିତ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି଼ (Fog) ଅନୁଭୁତ ହେଉଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ଆଭ୍ୟାନ୍ତରିଣ ଓଡି଼ଶାର ସବୁ ଜିଲ୍ଲାରେ ଘନ କୁହୁଡି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏନେଇ ୨୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।
ଆଜି ରେକର୍ଡ ହୋଇଥିବା ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା
କୋରାପୁଟ: ୬.୬ ଡ଼ିଗ୍ରୀ
ଦାରିଙ୍ଗବାଡି: ୭ ଡ଼ିଗ୍ରୀ
ଜି. ଉଦୟଗିରି:୭.୪ ଡ଼ିଗ୍ରୀ
କେନ୍ଦୁଝର: ୮.୮ ଡ଼ିଗ୍ରୀ
ସୁନ୍ଦରଗଡ: ୯ ଡ଼ିଗ୍ରୀ
କିରେଇ: ୯.୪ ଡ଼ିଗ୍ରୀ
ଫୁଲବାଣୀ: ୯.୫ ଡ଼ିଗ୍ରୀ
ସେମିଳିଗୁଡା: ୯.୬ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) December 24, 2023
ALSO READ: Guru Margi Rajyog: ୪ ରାଶିର ଭାଗ୍ୟ ଚମକାଇବ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ!
ଏହି ଜିଲ୍ଲା ଗୁଡିକ ହେଲା, ଝାରସୁଗୁଡା, ସୁନ୍ଦରଗଡ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ. କେନ୍ଦୁଝର, ଦେବଗଡ, ଗଞ୍ଜାମ, ଗଜପତି, କଳାହାଣ୍ତି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ କୋରାପୁଟ୍ । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ୬.୬ ଡ଼ିଗ୍ରୀ, ଦାରିଙ୍ଗବାଡି: ୭ ଡ଼ିଗ୍ରୀ ,ଜି. ଉଦୟଗିରିରେ ୭.୪ ଡ଼ିଗ୍ରୀ , କେନ୍ଦୁଝରରେ ୮.୮ ଡ଼ିଗ୍ରୀ, ସୁନ୍ଦରଗଡରେ ୯ ଡ଼ିଗ୍ରୀ ,କିରେଇରେ ୯.୪ ଡ଼ିଗ୍ରୀ, ଫୁଲବାଣୀରେ ୯.୫ ଡ଼ିଗ୍ରୀ ଓ ସେମିଳିଗୁଡାରେ ୯.୬ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି, ରାଉରକେଲାରେ ୪୦ ମିଟର , କୋରାପୁଟରେ ୫୦ମିଟର, ନୟାଗଡରେ ୬୦ମିଟର, ଫୁଲବାଣୀରେ ୭୦ମିଟର, ବଲାଙ୍ଗୀରରେ ୯୦ ମିଟର, ଟିଟିଲାଗଡ଼ରେ ୧୦୦ ମିଟର ଓ ଭବାନୀପାଟଣାରେ ୨୦୦ ମିଟର ଘନ କୁହୁଡି ଦୃଶ୍ୟମାନ ହୋଇଥିଲା।