Srimandir Niti Committee Meeting: ଅକ୍ଟୋବର ୯ ତାରିଖ ସୋମବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ କାର୍ତ୍ତିକ ମାସର ନୀତିକୁ ନେଇ ଅନୁଷ୍ଠିତ ହୋଇଯାଇଛି ନୀତି ସବକମିଟି ବୈଠକ। ଏହି ବୈଠକରେ ଆସନ୍ତା କାର୍ତ୍ତିକ ମାସରେ କିଭଳି ନୀତିକାନ୍ତି କିପରି ଶୃଙ୍ଖଳିତ କରାଯିବ ଏବଂ ସେହି ସମୟରେ ମହାପ୍ରଭୁଙ୍କ ଠାରେ ଲାଗି ବାଳଭୋଗ କିଭଳି ସମୟ ଅନୁସାରେ ଲାଗି କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ଆସନ୍ତା ଅକ୍ଟୋବର ୨୮ ତାରିଖରେ ପଡୁଥିବା ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣରେ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବାରୁ ଏ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। 


COMMERCIAL BREAK
SCROLL TO CONTINUE READING

ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ସେହି ଦିନ ଚକ୍ରରାଜ ସୁଦର୍ଶନଙ୍କ ବିଜେ ନୀତି ରହିଥିବାରୁ ରାତି ୦୨:୦୦ ସମୟରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟାଯାଇ ନୀତିକାନ୍ତି କିଭଳି ଶୃଙ୍ଖଳିତ ଏବଂ ସଅଳ କରାଯିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଆସନ୍ତା ଛତିଶା ନିଯୋଗ ଏବଂ ପରିଚାଳନା କମିଟି ବୈଠକରେ ସୋମବାର ଆୟୋଜିତ ହୋଇଥିବା ନୀତି ସବକମିଟି ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଉପରେ ମୋହର ମରାଯିବ। ଅନ୍ୟପଟେ ରଥଯାତ୍ରା ଏବଂ ସ୍ନାନଯାତ୍ରାର ତ୍ରୁଟି ବିଚ୍ୟୁତି ଉପରେ ମଧ୍ୟ ନୀତି ସବ କମିଟି ବୈଠକରେ ଆଲୋଚନା କରାଯାଇଛି। 


ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ନୀତି ସବକମିଟି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଛତିଶା ନିଯୋଗ ମହାନାୟକ, ପରିଚାଳନା କମିଟି ସଦସ୍ୟଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ରହିଥିଲେ।


ଅନ୍ୟପଟେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ବାରମ୍ବାର ସେବାୟତ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ଭକ୍ତ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଏବେ ଏହାକୁ ନେଇ  ଶ୍ରୀମନ୍ଦିର ପ୍ରଶାସ ଆକ୍ସନ ମୋଡ୍ କୁ ଆସିଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏପରି ଚରମ ନିଷ୍ପତ୍ତି ଆସନ୍ତା ଆସନ୍ତା ୨୦୨୪ ଜାନୁୟାରୀ ୧ ତାରିଖରୁ ଲାଗୁ କରାଯିବ। 


ସେପଟେ ଆସନ୍ତାକାଲି ଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସଚେତନ କରାଯିବ। ଆସନ୍ତା ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜଗନ୍ନାଥ ମନ୍ଦିର ପୋଲିସ ଏବଂ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ। ଆସନ୍ତା ଜାନୁୟାରୀ ୧ ତାରିଖରୁ ଯେଉଁ ଭକ୍ତ ଶାଳୀନତା ଭାବେ ପୋଷକ ନ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।