Banaka Lagi Ritual: ଗୁରୁବାର ଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଏହି ଗୁପ୍ତନୀତି ନେଇ ଶ୍ରୀମନ୍ଦିରରେ ଦୀର୍ଘ ୫ ଘଣ୍ଚା ଧରି ବନ୍ଦ ରହିବା ସାଧାରଣ ଦର୍ଶନ । ସୂଚନା ଅନୁଯାୟୀ, ଆଶ୍ବିନ- କୃଷ୍ଣ ଷଷ୍ଠୀ ତିଥି ଶ୍ରୀବିଗହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗମଣ୍ତପ ଭୋଗ ଶେଷ ହେବା ପରେ ଏହି ଗୁପ୍ତନୀତି କରାଯିବ । ତେବେ ଶ୍ରୀଜିଉଙ୍କ ଏହି ବନକଲାଗି ନୀତି ପାଇଁ ଅପରାହ୍ନ ୫ ଘଟିକାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ଯରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯିବ ।


COMMERCIAL BREAK
SCROLL TO CONTINUE READING

ଣ ଏହି ବନକ ଲାଗି ନୀତି


ପ୍ରତି ମାସରେ ଦୁଇ ଥର ଶ୍ରୀଜୀଉଙ୍କ ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ହୋଇଥାଏ । ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା ବନକଲାଗି ନୀତି କରାଯାଇଥାଏ । ଦି’ପ୍ରହର ଧୂପ ଶେଷ ହେବା ପରେ ଶ୍ରୀମନ୍ଦିର ସମସ୍ତ ଦ୍ବାର ବନ୍ଦ କରାଯାଇ ଏହି ନୀତି ସମାପନ କରାଯାଇଥାଏ । ଦତ୍ତ ମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖ ସିଂହାର କରିଥାଆନ୍ତି । ଏହି ଗୁପ୍ତନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । ତିନି ଦାରୁମୂର୍ତ୍ତିଙ୍କ ମୁଖ ମଣ୍ଡଳରେ ଶୃଙ୍ଗାରକୁ ବନକଲାଗି କୁହାଯାଏ । ମହାପ୍ରଭୁଙ୍କ ମୁଖମଣ୍ଡଳରେ ଥିବା ରଙ୍ଗବିନ୍ୟାସ ଭକ୍ତଙ୍କୁ ଆକର୍ଷିତ କରିଥାଏ । ରଙ୍ଗବିନ୍ୟାସ ବା ବନକଲାଗି ନୀତି ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀଙ୍କ ଦ୍ବାରା କରାଯାଇଥାଏ । ଏମାନଙ୍କୁ ‘ଦତ୍ତ ମହାପାତ୍ର’ କୁହାଯାଏ । ଦତ୍ତ ମହାପାତ୍ର ସେବକ ରଙ୍ଗ ପ୍ରସ୍ତୁତ କରିବା ସହ ଏହି ରଙ୍ଗକୁ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କର୍ପୁର ଓ କସ୍ତୁରୀ ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ଥରେ ବନକଲାଗି ପାଇଁ ୭ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକ ଲାଗିରେ ବ୍ୟବହାର ହୋଇନଥାଏ ।


ମହାପ୍ରଭୁଙ୍କ ବନକ ଲାଗିରେ ବ୍ୟବହୃତ ରଙ୍ଗ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ‘ବନକଲାଗି ଘର’ କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶିଥାଏ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ବନକଲାଗିରେ ବ୍ୟବହୃତ ରଙ୍ଗ ଦୀର୍ଘ- ସ୍ଥାୟୀ ହୋଇଥାଏ  ।


ଏହା ବି ପଢନ୍ତୁ-Odisha News: ମାନସ ମଙ୍ଗରାଜ ହେଲେ ବିଜେଡ଼ିର ରାଜ୍ୟସଭା ହ୍ୱିପ