ପୁରୀ: ନବବର୍ଷ 2025ରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏନେଇ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ନାଟମଣ୍ଡପରୁ ସମସ୍ତ ଅବରୋଧ ହଟାଯାଇଛି।


COMMERCIAL BREAK
SCROLL TO CONTINUE READING

କେବଳ ଅଧିକୃତ ବା ଆବଶ୍ୟକୀୟ ଆଲମିରାକୁ ଛାଡି ସମସ୍ତ ଅନଧିକୃତ ଅବରୋଧକୁ ନାଟ ମଣ୍ଡପରୁ ହଟାଯାଇଛି । କିନ୍ତୁ ହୁଣ୍ଡି ଅପସାରଣ ପାଇଁ ବିଧି ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଆବଶ୍ୟକ ରହିଛି । ଏହା ଏକ ବ୍ୟାପକ ବ୍ୟବସ୍ଥା ହୋଇଥିବାରୁ ସରକାରଙ୍କ ଅନୁମତି ପରେ ତାହା ଅପସାରଣ କରାଯାଇପାରିବ । ତେବେ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ବିଶେଷ ଭାବେ ସେବାୟତମାନଙ୍କ ଆଲୋଚନା କରାଯିବା ସହ ଅନୁରୋଧ କରାଯାଇଛି।


ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପାଇଁ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦିଷ୍ଟ ଗାଇଡ ଲାଇନ୍ ଦିଆଯାଇଛି । ଆଇନ ବିଭାଗ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏ ବାବଦରେ ଆବଶ୍ୟକୀୟ ପ୍ରକ୍ରିୟାକରଣ କରାଯାଇଛି ।


Also Read- Saptahik Rashifal: ଡିସେମ୍ୱର ଶେଷ ସହ ନୂଆ ବର୍ଷର ଆରମ୍ଭ, ୧୨ଟି ରାଶିର ଭାଗ୍ୟଫଳ


Also Read- Urmila Kothare: ଅଭିନେତ୍ରୀ ଉର୍ମିଳାଙ୍କ କାର୍ ଦୁର୍ଘଟଣା, ୧ମୃତ, ଜଣେ ଗୁରୁତର