Puri Jagannath Temple: ବିପଦରେ ଶ୍ରୀମନ୍ଦିରର ନାଟମଣ୍ତପ (Nata Mandap)। ଯେକୌଣସି ମୁହୂର୍ତ୍ତରେ ଶ୍ରୀମନ୍ଦିରରେ ଅଘଟଣ ଘଟିବା ନେଇ ଏଏସଆଇ (ASI) ଓ ଶ୍ରୀମନ୍ଦିର ପ୍ରଶାସନକୁ ଚେତାଇନ୍ତି ଆମିକସକ୍ୟୁରୀ ଏନ.କେ. ମହାନ୍ତି । ତେବେ ଏନେଇ ଏକ ରିପୋର୍ଟ ଦାଖଲ କରାଯାଇଛି ଯେଉଁଥିରେ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଠିକ୍ ଭାବେ ହୋଇନାହିଁ । ନାଟମଣ୍ତପର ମୁଖ୍ୟ ବିମ୍ ମୁହୂର୍ତ୍ତରେ ଦୁର୍ଘଟଣାର କାରଣ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା, ଉଭୟ ନାଟମଣ୍ତପ ଓ ଜଗମୋହନ ମରାମତି କାମ ଶେଷ ହୋଇଛି ବୋଲି ପୂର୍ବରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରିସାରିଛି ଏଏସଆଇ (ASI)  ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ନାଟମଣ୍ତପ ଛାତରୁ ବର୍ଷା ଜଳ ନିଷ୍କାସନ ଓ ପାଣି ନ ଗଳିବା ନେଇ ପର୍ଯ୍ୟାପ୍ତ କାମ ହୋଇଛି । ଆସନ୍ତା ବର୍ଷ ଆର୍ଥତ୍ ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏଏସଆଇ ସମ୍ପୂର୍ଣ୍ଣ ମରାମତି କାମ ସାରିବ । ନାଟମଣ୍ତପ ଓ ଜଗମୋହନର ସୁରକ୍ଷା ପ୍ରସଙ୍ଗରେ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିସନ୍ ଆଧାରରେ ହାଇକୋର୍ଟରେ ଆମିକସକ୍ୟୁରୀ ଏଭଳି ତଥ୍ୟ ରଖିଥିବା ଆବେଦନକାରୀ ଓକିଲ ସୂଚନା ଦେଇଛନ୍ତି । ସେପଟେ ଗତ ୧୧ ତାରିଖ ଦିନ ମରାମତି ଓ ସଂରକ୍ଷଣ ନେଇ ଆମିକସକ୍ୟୁରୀ (Amicus curiae) ଏଏସଆଇ କର୍ତ୍ତୃପକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୋର କମିଟି ସହ ଅଲୋଚନା କରିଥିଲେ । ଏଏସଆଇ ଅତିରିକ୍ତ ଡ଼ିଜିଙ୍କ ସହ ପୂର୍ବରୁ ଆଲୋଚନା କରିଥିବା ବେଳେ ଆସନ୍ତା ୨୧ ତାରିଖରେ ବୈଠକ ବସିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଜଗମୋହନର ପ୍ରଥମ ଓ ଦ୍ବିତୀୟ ପିଢା ସ୍ତରରେ ଫାଟ ଥିବା ଆମିକସକ୍ୟୁରୀ ଦର୍ଶାଇଛନ୍ତି । ଅନ୍ୟପଟେ ଏହାର ପୂର୍ବ ଓ ଦକ୍ଷିଣ ପୂର୍ବ ପଟରେ ଫାଟ ଗୁଡ଼ିକ ନାଟ ମଣ୍ତପ ଛାତରୁ ଦେଖାଯାଉଛି । ଯାହାର ମରାମତି ଆଖିଦୃଶିଆ ନୁହେଁ ବୋଲି ଆମିକସକ୍ୟୁରୀ (Amicus curiae) ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।


ଏହା ବି ପଢନ୍ତୁ-Weather Update: ୧୩ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ


୨୦୧୮ ମସିହାରେ ନାଟମଣ୍ଡପରେ (Nata Mandap) ଫାଟ ଥିବା କଥା ଜଣାପଡ଼ିବା ପରେ ଏଏସଆଇ (ASI) ଓ ଉଚ୍ଚ ସ୍ତରୀୟ କମିଟି ଯାଞ୍ଚ କରି ମରାମତି କାର୍ଯ୍ୟ ଆରମ୍ଭ କରିଥିଲା । ନାଟମଣ୍ଡପରେ କ୍ରାକ୍ ମିଟର୍ ଜରିଆରେ ରିଡିଂ କରି ଫାଟର ତର୍ଜମା କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ହାଇକୋର୍ଟଙ୍କ (High court) ନିର୍ଦ୍ଦେଶକ୍ରମେ ଆମିକସକ୍ୟୁରି ଏନ୍.କେ.ମହାନ୍ତି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୨୩ ମାର୍ଚ୍ଚ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ଆମିକସକ୍ୟୁରୀଙ୍କ ଉଦବେଗଜନକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ। ଶ୍ରୀମନ୍ଦିର ବାହାରେ ସୌନ୍ଦର୍ଯ୍ୟକରଣ ହେଉଛି କିନ୍ତୁ ଭିତର ଫମ୍ପା ପଡ଼ିରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେପଟେ ASI ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଗତ ରଥଯାତ୍ରା ସମୟରେ କୋର୍ କମିଟି ଏହାର ଅନୁଧ୍ୟାନ କରିବା ସହ ମରାମତି ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ କରାଯିବ । ତେବେ ଦେଖିବାକୁ ବାକି ରହିଲା ନାଟମଣ୍ତପ ମରାମତି କାମ କେବେ ସମାପ୍ତ ହେଉଛି ।


ଏହା ବି ପଢନ୍ତୁ-Nag Panchami 2023: ନାଗପଞ୍ଚମୀରେ ପଡୁଛି ମହାସଂଯୋଗ, ଏହି ୪ ରାଶିଙ୍କ ଭାଗ୍ୟରେ ବର୍ଷିବ ଧନ!


ଏହା ବି ପଢନ୍ତୁ-Saif Ali Khan Birthday: କାହିଁକି ନିଜ ଠାରୁ ୧୨ ବର୍ଷ ବୟସରେ ବଡ଼ ଅମ୍ରିତାଙ୍କୁ ବିବାହ କରିଥିଲେ ସେଫ୍?