Jagannath Temple: ଆଜି ବଡ଼ଦିନ। ଏନେଇ ସବୁଠି ସେଲିବ୍ରେସନ୍ ର ମାହୋଲ । ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଅପେକ୍ଷା କରିଛନ୍ତି ହଜାର ହଜାର ଭକ୍ତ । ତେବେ ଡିସେମ୍ବର ୨୫ ସୁଦ୍ଧା ଏସି ଟନେଲ କାର୍ଯ୍ଯକ୍ଷମ ହେବା ନେଇ ଲକ୍ଷ୍ୟ ରହିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ତେଣୁ ପୂର୍ବପରି ପୁରୁଣା ବ୍ୟାରିକେଡ ଦେଇ ଭକ୍ତ ଜଗା ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ହଜାର ହଜାର ଭକ୍ତଙ୍କ ଏହି ଲମ୍ବା ଲାଇନ ଶ୍ରୀମନ୍ଦିର କାର୍ଯ୍ଯାଳୟ ଠାରୁ ଲମ୍ବିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ରବିବାର ରାତି ୧: ୪୦ ମିନିଟ୍ ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଭୋରୁ ୫ଟା ୩୦ରେ ମଙ୍ଗଳାଳତୀ କରାଯାଇ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ସେପଟେ ଆଜି ଘନ କୁହୁଡି ଯୋଗୁଁ ଅନେକ ସମୟ ଧରି ନୀଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ। ରାଧାବଲ୍ଲବ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତଙ୍କ ଦର୍ଶନରେ ବାଧ୍ୟା ସୃଷ୍ଟି ହୋଇଥିଲା। କୁହୁଡ଼ି ହେତୁ ବଡଦାଣ୍ଡରେ ଲାଇଟ୍ ଲଗାଇ ଗାଡି ଚଳାଚଳ କରୁଥିଲେ ଲୋକେ । ଏମିତିକି ଦିନ, ୯ଟା ପରେ ରାସ୍ତା ଭଲରେ ଦୃଶ୍ୟମାନ ହେଉନଥିଲା । ଏହା ସତ୍ତ୍ୱେ ବି ବଡଦିନ ଅବସରରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ।


 



Also Read-Odisha News: ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ଚେତାଶୂନ୍ୟ ହୋଇପଡି଼ଲେ ଅଭିନେତ୍ରୀ, ଆଉ ତା' ପରେ...


ପ୍ରକାଶ ଥାଉ କି, ଆସନ୍ତା ଜାନୁଆରୀ ୧୭ରେ ଲୋକର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ଉଦ୍ଦଘାଟନୀ ଉତ୍ସବକୁ ବେଶ ସୁରୁଖୁରୁରେ ସମ୍ପାଦନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଦେବପୀଠ ଓ ଧାର୍ମିକ ଗୁରୁମାନଙ୍କୁ ଯୋଗଦେବା ଲାଗି ନିମନ୍ତ୍ରଣ କରାଯିବ। ପୁରୀରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି।