Odisha News: ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ଚେତାଶୂନ୍ୟ ହୋଇପଡି଼ଲେ ଅଭିନେତ୍ରୀ, ଆଉ ତା' ପରେ...
Advertisement
Article Detail0/zeeodisha/odisha2027774

Odisha News: ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ଚେତାଶୂନ୍ୟ ହୋଇପଡି଼ଲେ ଅଭିନେତ୍ରୀ, ଆଉ ତା' ପରେ...

Odisha News: ମଞ୍ଚରେ ଚାଲିଥିଲା ଯାତ୍ରା। ଆଉ ହଠାତ୍ ଯାତ୍ରା ଚାଲିଥିବା ସମୟରେ ମଞ୍ଚରେ ଚେତାଶୂନ୍ୟ (Senseless) ହୋଇପଡିଲେ ଅଭିନେତ୍ରୀ। ଆଉ ଉପସ୍ଥିତ ଦର୍ଶକ ଏହା ଦେଖି ଭୟଭୀତ ହୋଇପଡିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ଶ୍ରୀବାଘାଯତୀନ ଗଣନାଟ୍ୟରେ।

Odisha News: ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ଚେତାଶୂନ୍ୟ ହୋଇପଡି଼ଲେ ଅଭିନେତ୍ରୀ, ଆଉ ତା' ପରେ...

(ପାରାଦୀପ, ନାରାୟଣ ବେହେରା)  Odisha News: ମଞ୍ଚରେ ଚାଲିଥିଲା ଯାତ୍ରା। ଆଉ ହଠାତ୍ ଯାତ୍ରା ଚାଲିଥିବା ସମୟରେ ମଞ୍ଚରେ ଚେତାଶୂନ୍ୟ (Senseless) ହୋଇପଡିଲେ ଅଭିନେତ୍ରୀ। ଆଉ ଉପସ୍ଥିତ ଦର୍ଶକ ଏହା ଦେଖି ଭୟଭୀତ ହୋଇପଡିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ଶ୍ରୀବାଘାଯତୀନ ଗଣନାଟ୍ୟରେ। 

ALSO READ: Horoscope Of 2024: ୧୨ଟି ରାଶି ପାଇଁ କେମିତି ରହିବ ବର୍ଷ ୨୦୨୪, ଜାଣନ୍ତୁ ଆପଣଙ୍କ ଭାଗ୍ୟ ଭବିଷ୍ୟତ

ସୂଚନା ଅନୁସାରେ, କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ସହରରେ ଥିବା ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ଗଠିତ ଜଗନ୍ନାଥ ଯାତ୍ରା କମିଟି କ୍ରିଷ୍ଣା ପଲ୍ଲିଆର ଆମନ୍ତ୍ରଣ କ୍ରମେ ଡିସେମ୍ବର ୨୨ ରୁ ୨୮ତାରିଖ ପର୍ଯ୍ୟନ୍ତ ଓଁ ଶ୍ରୀ ବାଘାଯତୀନ ଲୋକନାଟ୍ୟ ପକ୍ଷରୁ ଅପେରା ପରିବେଷଣ କରାଯାଉଥିବାର କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଭଳି ସ୍ଥିତିରେ ବେଳେ ୨୩ ତାରିଖ ବିଳମ୍ବିତ ରାତି ୧୨ଟା ବେଳେ ଯାତ୍ରା ଆରମ୍ଭ ହୋଇଥିଲା।  ''ଏଇ ମନ ଝୁରୁଛି ତୋତେ'' ନାଟକର ଏକ ଦମଦାର ସିନ୍ ରେ ଖଳନାୟକ ଶୁଭ ଖୁଣ୍ଟିଆ ଓ ଅଭିନେତ୍ରୀ ସୁଇଟ୍ ଅଭିନୟ କରୁଥିବା ବେଳେ ହଠାତ ଅଭିନେତ୍ରୀ ସୁଇଟ୍ ଚେତାଶୂନ୍ୟ ହୋଇ ମଞ୍ଚରେ ଟଳି ପଡିଥିଲେ।

ଅଭିନୟ ଛଳରେ ଉପସ୍ଥିତ ବୁଦ୍ଧି ଖଟାଇ ଖଳନାୟକ ଶୁଭ ଖୁଣ୍ଟିଆ ଦୌଡ଼ି ଯାଇ ମଞ୍ଚ ତଳୁ ପାଣି ବୋତଲ ଆଣି ସୁଇଟ୍ ଙ୍କ ମୁହଁରେ ଛିଞ୍ଚି ଚେତା ଫେରାଇବା ସହ ଦୁହେଁ ପୁର୍ନବାର ଅଭିନୟ କରିଥିଲେ। ଉପସ୍ଥିତ ଚାରି ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କୁ ଆଚମ୍ବିତ କରିଥିବା ବେଳେ ଦୃଶ୍ୟଟି ଏବେ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ ସୁଇଟ୍ ଙ୍କ ଏକ ଗୀତ ଖୁବ୍ ଭାଇରାଲ ହୋଇଥିଲା। ଓଡ଼ିଆ ଯାତ୍ରା ଏବେ ରାଜ୍ୟ ବାହାରେ ଆଦୃତ ହେଉଥିବା ବେଳେ ଏହି ଦୃଶ୍ୟଟି ଏବେ ଚର୍ଚ୍ଚାକୁ ଆସିଛି।