Puri News: ଆଗକୁ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ଆଜି ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥକାଠ। ଆସିକା ବନଖଣ୍ତରୁ ଏହି କାଠ ଆସି ପହଞ୍ଚିଥିବା ନେଇ ରଥ ତତ୍ତ୍ବାବଧାରକ ସୂଚନା ଦେଇଛନ୍ତି। ୧୪ଟି  ଫାଶୀ କାଠ ଆସି ଆସିକା ବନଖଣ୍ତରି ରଥଖଳାରେ ପହଞ୍ଚିଛି।  ରଥ ପାଇଁ ୫୦ ଟି ଫାଶି କାଠର ଆବଶ୍ୟକତା ଥିବା ବେଳେ ଆଗକୁ ମଧ୍ୟ ଏହି କାଠ ଆସି ପହଞ୍ଚିବ।  ୬ ଗୋଟି ଗୋଲେଇ ବିଶିଷ୍ଟ ଏହି ଫାଶୀ କାଠରେ ରଥର ତୁମ୍ଭ ନିର୍ମାଣ କରାଯିବ। ଏହା ବ୍ୟତିତ ଫାଶୀ କାଠରେ ରଥର ଅର ଓ ପହି ମଧ୍ୟ ନିର୍ମାଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ। ଚଳିତ ମାସ୧୦ ତାରିଖରେ ଅର୍ଥାତ୍ ଅକ୍ଷୟ ପୂର୍ଣ୍ଣିମା ଦିନ ରଥକାଠ ଅନୁକୂଳ ହେବ।  ଅକ୍ଷୟ ତୃତୀୟା ଦିନ ଚନ୍ଦନ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ମହାପ୍ରଭୁ ଚାପ ଖେଳିବେ। ଏହି ଦୃଶ୍ୟ ଅତ୍ୟନ୍ତ ମନଲୋଭା। ତେବେ, ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଛି।


COMMERCIAL BREAK
SCROLL TO CONTINUE READING

 


ALSO READ: Odisha News: ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଫସି ରହିଛି ହରିଣ