Puri Jagannath Temple: ସମାପ୍ତ ହେଲା ମହାପ୍ରଭୁଙ୍କ ବନକଲାଗି ଲାଗି ନୀତିକୁ (Banaka lagi ritual) ନେଇ ଦତ୍ତ ମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ଯରେ ଲାଗି ରହିଥିବା ବିବାଦ । ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ବନକଲାଗି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ବନକାଲାଗି ନେଇ ଦୀର୍ଘ ଦିନରୁ ଦତ୍ତ ମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ଯରେ ବିବାଦ ମୁଣ୍ତ ଟେକିଥିଲା । ଫଳରେ ନୀଳାଦ୍ରି ବିଜେର ୧ମାସ ପରେ ବି ହୋଇପାରିନାହିଁ ବିଶ୍ବ ନିୟନ୍ତାଙ୍କ ବନକଲାଗି । ଏହାର ସମାଧାନ ଲାଗି ମଙ୍ଗଳବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବା ନେଇ ସ୍ଥିର କରାଯାଇଥିଲା । ତେବେ ଆଜି ଏହି ବୈଠକକୁ ସ୍ଥଗିତ କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ବନକଲାଗି ପାଇଁ ଦୀର୍ଘ ୧ ମାସ ଧରି ମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ଏହି ପ୍ରସଙ୍ଗରେ ଆଲୋଚନା ନେଇ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ପରିଚାଳନା କମିଟି ବୈଠକ ବସିଥାଆନ୍ତି କିନ୍ତୁ ଆଜି ଏହି ବୈଠକ ସ୍ଥଗିତ ରଖାଯାଇଥିଲା । ଶେଷ ଥର ହେରାପଞ୍ଚମୀ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ହୋଇଥିଲା । ଏହାପରେ ମାସାଧିକ କାଳ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଖରା ହୋଇପାରିନାହିଁ । ବନକଲାଗି ନୀତି ଲାଗି ଦାୟିତ୍ବରେ ଥିବା ଦତ୍ତ ମହାପାତ୍ର ନିଯୋଗ ମନଇଚ୍ଛା ସମୟ ଗଡାଇ ଚାଲିଥିବା ବେଳେ ଏହାର ସମାଧାନ ଲାଗି ଗତ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସବ୍ କମିଟି ବୈଠକ ଡ଼କାଯାଇଥିଲା । ତେବେ ଏହି ବୈଠକରେ ମଧ୍ଯ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ତେବେ ଆସନ୍ତା ଅଗଷ୍ଟ ୧ ତାରିଖ ମଙ୍ଗଳବାର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ସେପଟେ କିନ୍ତୁ ସବ୍ କମିଟି ବୈଠକ ପରେ ନରମିଥିଲା ଦତ୍ତ ମହାପାତ୍ର ନିଯୋଗ । ଆସନ୍ତା ବୁଧବାର ଦିନ ବନକଲାଗି କରିବା ନେଇ ଦତ୍ତ ମହାପାତ୍ର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏନେଇ ନିଯୋଗ ପକ୍ଷରୁ କୁହାଯାଇଥିଲା ଯେ, ‘ଆମେ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଛୁ, ଯଦି ଏହି ଦିନ ସମ୍ଭବ ନ ହେଲା, ଆମେ ଗୁରୁବାର ବନକଲାଗି କରିବୁ। ତେଣୁ ପରିଚାଳନା କମିଟି ବୈଠକର ଆବଶ୍ୟକତା ନାହିଁ । ତେବେ ଦୀର୍ଘ ଦିନରୁ ଲାଗି ରହିଥିବା ଏହି ବିବାଦର ସମାଧାନ ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକକୁ ଅପେକ୍ଷା ରହିଥିବା ବେଳେ ତାହାକୁ ସ୍ଥଗିତ କରାଯାଇଛି ।


Also Read-Weather Update: ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା! ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି


Also Read-Bhubaneswar Rain: ରାଜଧାନୀ ଭୁବନେଶ୍ୱରରେ ବନ୍ୟା! ଦାୟୀ କିଏ ?


ପ୍ରକାଶ ଥାଉ କି, ମହାପ୍ରଭୁ ମାନବଦେହୀ ଅଟନ୍ତି । ଭକ୍ତଟିଏ ଯେଭଳି କ୍ଷୌରକର୍ମ କରି ମୁଖ ସଜ୍ଜା କରେ, ସେଭଳି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ବା ବନକଲାଗି କରାଯାଇଥାଏ। ସ୍ବତ୍ବଲିପି ଅନୁଯାୟୀ, କାହିଁ କେଉଁ କାଳରୁ ଏହି ବନକଲାଗି ନୀତି ହୋଇଆସୁଛି। ପ୍ରତିବର୍ଷ ମହାପ୍ରଭୁ ରଥଯାତ୍ରାରୁ ଫେରିବା ପରେ ନୀଳାଦ୍ରି ବିଜେର ୭ରୁ ୮  ଦିନ ଭିତରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ମଧ୍ଯରେ ବିବାଦ ଯୋଗୁ ଏହି ନୀତି ହୋଇପାରିନାହିଁ ଫଳରେ ଭକ୍ତଙ୍କ ଗ୍ରହଣରେ ଅସନ୍ତୋଷ ଦେଖାଦେଇଛି ।


Also Read- Horrific Accident:ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ୧୫ ଜୀବନ


Also Read: LPG Price: ଅଗଷ୍ଟ ଆରମ୍ଭରୁ ଖୁସି ଖବର ଦେଲେ ସରକାର, ଗ୍ୟାସ ଦରରେ ବୃହତ ହ୍ରାସ ! ୧୦୦ ଟଙ୍କା ହେଲା ଶସ୍ତା