Top 10 News Headlines: ଫଳ ବୋଝେଇ ଗାଡ଼ିରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2462968

Top 10 News Headlines: ଫଳ ବୋଝେଇ ଗାଡ଼ିରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ ଓ ଅନ୍ୟାନ୍ୟ ଖବର

Odisha news live updates: ଅପରାହ୍ଣର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Headlines: ଫଳ ବୋଝେଇ ଗାଡ଼ିରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ ଓ ଅନ୍ୟାନ୍ୟ ଖବର
Vigilance Raid: ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ୪୬,୦୦୦ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଧରାପଡିଲେ  ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ। ତାଙ୍କ କାର୍ଯ୍ୟାଳୟ ଓ ସୋନପୁର ବାସଭବନରେ ରେଡ ଜାରି ରହିଛି । ଆୟବର୍ହିଭୂତ ସମ୍ପତ୍ତିର ଆକଳନ କରୁଛି ଭିଜିଳାନ୍ସ ଟିମ୍ ।
 
Ganja Seized: ଫଳ ଗାଡ଼ିରେ ଗଞ୍ଜେଇ ଚାଲାଣ । ଫଳ ବୋଝେଇ ଟ୍ରକରୁ ଜବତ ହେଲା ୮ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ । ଗାଡ଼ିଟି ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ବର ଆସୁଥିଲା । ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରାଜସ୍ବ ନିର୍ଦ୍ଦେଶାଳୟ ଗୁଇନ୍ଦା ବା DRI ଟିମ୍ ଅଟକାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ଟ୍ରକଟି ଆନ୍ଧ୍ର-ଓଡ଼ିଶା ବର୍ଡର କ୍ରୀଷ୍ଣାଭରମ୍ ଟୋଲ ଗେଟକୁ ଧକ୍କା ଦେଇ ଆଗକୁ ବଢିଥିଲା । ଏହି ଟ୍ରକକୁ ଏକ କାର ଏସ୍କକର୍ଟ କରି ଆଣୁଥିବା ଦେଖାଯାଇଥିଲା । ସେମାନଙ୍କ ପିଛା କରି DRI ଟିମ୍ ଉଭୟ ଟ୍ରକ ଓ କାରକୁ ଅଟକାଇଥିଲା ।
 
Subhadra Scheme: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଯିବ ଏକ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ସୁଦ୍ଧା ୧ କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି  । ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୩୨ ଲକ୍ଷ ହିତାଧିକାରୀ MPCI ଯୋଗ୍ୟ ବିବେଚିତ ହୋଇଛନ୍ତି  । ଆଜି ସୁଦ୍ଧା ଯେତିକି ସଂଖ୍ୟାରେ MPCI ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ୯ ତାରିଖ ଦିନ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ । 
 
Durga Puja: କଟକ ସହରରେ ଦୁର୍ଗାପୂଜା ପାଇଁ ମୋଟ ୬୦ ପ୍ଲାଟୁନ ପୋଲିସ ଫୋର୍ସ। ଦୁଇ କମ୍ପାନୀ ସି ଆର୍ ପି ଏଫ୍ ଫୋର୍ସ ନିୟୋଜିତ ହେବେ। ଉଭୟ ପୂଜା ଓ ଭସାଣି ପାଇଁ ପୋଲିସ ବନ୍ଦୋବସ୍ତ। ମୋବାଇଲ ପେଟ୍ରୋଲିଂ, ଫୁଟ ପେଟ୍ରୋଲିଂ ଆରମ୍ଭ ହୋଇ ଗଲାଣି। ସୁନା, ଚାନ୍ଦୀ ମେଢ଼ ନିକଟରେ ମୃତାୟନ୍ ହେବେ ବନ୍ଧୁକଧାରୀ ପୋଲିସ ।  ଭିଡ଼କୁ ଦେଖି ଉଆନ ବେ ଟ୍ରାଫିକ ବ୍ୟବସ୍ଥା କରାଯିବ। କଟକ ଡିସିପି ଜଗମୋହନ ମୀନାଙ୍କ ସୂଚନା ।
 
Bus Strike Update: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବନ୍ଦ ହେବନି ବସ୍ ସେବା । ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ନିଷ୍ପତ୍ତି ହୋଇଛି । ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଘରୋଇ ବସ୍ ମାଲିକ ସଂଘ । ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ବନ୍ଦ ଡାକରା ଦେଇଥିଲା ସଂଘ ।  ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଥିଲେ ସଂଘର ସଦସ୍ୟ ।
 
Coal Mines Blast: ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଥିବା ଏକ କୋଇଲା ଖଣିରେ ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୭ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନେକ ଜଣ ଏଥିରେ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୀରଭୂମି ଜିଲ୍ଲାର ଲୋକପୁର ଥାନା ଅଧୀନ ଏକ କୋଇଲା ଖଣିରେ ଏହି ବିସ୍ଫୋରଣ ଘଟିଛି । ଏଠାରେ କୋଇଲା କ୍ରସିଂ ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।
 
Amit Shah Meeting: ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବେ ନକ୍ସଲ । ମାଓବାଦୀଙ୍କୁ ଆଉ ସ୍ଥାନୀୟ ସମର୍ଥନ ମିଳୁନି କହିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅନେକ ସ୍ଥାନରେ ମାଓ ଉଗ୍ରବାଦ ଅନ୍ତିମ ଚରଣରେ ପହଞ୍ଚିଛି । ସୀମାନ୍ତରେ ଜଏଣ୍ଟ ଟାସ୍କ ଫୋର୍ସରେ ଭୂମିକା ପ୍ରଶଂସନୀୟ। ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ନକ୍ସଲ ପ୍ରଭାବିତ ୮ଟି ଜିଲ୍ଲାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଡିଜିପି ଯୋଗ ଦେଇଥିଲେ। ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର, ଓଡ଼ିଶା ଓ ମଧ୍ୟପ୍ରଦେଶର ମୁଖ୍ଯମନ୍ତ୍ରୀ ଯୋଗ ଦେଇଥିଲେ ।
 
Tirupati Prasad Controversy: ତିରୁପତି ତିରୁମାଲା ମନ୍ଦିରର ପ୍ରସାଦକୁ ନେଇ ବିବାଦ ଥମିବାରେ ନାଁ ଧରୁନି । ମନ୍ଦିର ଲଡ଼ୁରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବି ମିଶା ଯାଉଥିବା ନେଇ ବିବାଦ ଥମି ନଥିବା ବେଳେ ପ୍ରସାଦରୁ ବାହାରିଛି ପୋକ । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଭକ୍ତ । ଏହି ଅଭିଯୋଗକୁ ତିରୁମାଲା ତିରୁପତି ଦେବସ୍ଥାନମ ଖଣ୍ଡନ କରିଛି । ଖବର ମୁତାବକ, ଅକ୍ଟୋବର ୨ ତାରିଖ ଦିନ ଚନ୍ଦୁ ନାମକ ଜଣେ ଭକ୍ତ ଓ୍ୱରଙ୍ଗଲାରୁ ତିରୁମାଲା ମନ୍ଦିରକୁ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ଦର୍ଶନ ପାଇଁ ଆସିଥିଲେ । ସେ ମନ୍ଦିର ଭିତରେ ଲଣ୍ଡା ହେବା ପରେ ପ୍ରସାଦ ସେବନ କରିବାକୁ ଯାଇଥିଲେ । ତେବେ ପ୍ରସାଦ ଖାଇବା ବେଳେ ସେଥିରେ ଏକ ପୋକ ଚାଲୁଥିବା ଦେଖିବାକୁ ପାଇଥିଲେ । 
 
Israel Hamas War Update: ଇସ୍ରାଏଲ ହମାସ ଯୁଦ୍ଧକୁ ପୂରିଲା ବର୍ଷେ ।  ହମାସ ମିଲିଟାରୀର ପରାଜୟ ହୋଇଥିବା ଇସ୍ରାଏଲ ସ୍ଥଳ ସେନା ମୁଖ୍ୟ ଦାବି କରିଛନ୍ତି  ।  ଏପଟେ ଲେବାନନରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍ଲାକୁ ମୁଳପୋଛ କରିବାକୁ ବୋମାମାଡ ଜାରି ରଖିଛି ଇସ୍ରାଏଲ ।  ଏୟାରଷ୍ଟ୍ରାଇକରେ ୨୩ ଜଣ ପ୍ରାଣ ହରାଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି ।  ହିଜବୁଲ୍ଲା ଆଡ୍ଡାକୁ ଧ୍ବଂସ କରିବାକୁ ଗ୍ରାଉଣ୍ଡ ଅପରେସନ ବି ଜୋରଦାର କରିଛି ଇସ୍ରାଏଲ ।  ଦକ୍ଷିଣ ଲେବାନନରୁ ଲୋକଙ୍କୁ ଘର ଛାଡ଼ିଯିବାକୁ ସାନି ନିର୍ଦ୍ଦେଶ ଜାରି କରିଛି ।
 
Karachi Airport Blast: ପାକିସ୍ତାନର କରାଚି ବିମାନବନ୍ଦରରେ ଭୟଙ୍କର ବିସ୍ଫୋରଣ । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର ସବୁଠୁ ବଡ଼ ବିମାନବନ୍ଦର ବାହାରେ ଏକ ଟ୍ୟାଙ୍କର ବିସ୍ଫୋରଣ ହୋଇଥିଲା । ପାକର ପ୍ରାଦେଶିକ ଗୃହମନ୍ତ୍ରୀ କହିଛନ୍ତି ଯେ, ଏହି ଆକ୍ରମଣ ବିଦେଶୀ ମାନଙ୍କୁ ଟାର୍ଗଟେ କରି କରାଯାଇଛି । ଚୀନ୍ ନାଗରିକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି । ପାକିସ୍ତାନରେ ହଜାର ହଜାର ଚାଇନିଜ କର୍ମଚାରୀ ଅଛନ୍ତି ।