Puri News: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ପହିଲି ଭୋଗ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେ ମଧ୍ୟ ପହିଲି ଭୋଗ ମାସରେ ଦର୍ଶନାର୍ଥିଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ଗୋଟିଏ ଦିନ ଦିବା ପହୁଡ ନିତି କରାଯିବ। ରତ୍ନଭଣ୍ଡାର ଗୃହ ମରାମତି କାର୍ଯ୍ୟ ପାଇଁ ସମୟ ଆବଶ୍ୟକ ହେଉଥିବାରୁ ଦୈନିକ ଦିବା ପହୁଡ଼ କରାନଯାଇ କେବଳ ପରମ୍ପରାର ପ୍ରତୀକ ସ୍ଵରୂପ ପହିଲି ଭୋଗ ମାସରେ ଗୋଟିଏ ଦିନ ଦିବାପହୁଦ କରିବାକୁ ଗତ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଥିଲା । ଏଣୁ ଆଜି ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ପ୍ରାୟ ଅପରାହ୍ନ ୨ଟା୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରାୟ ସାଢେ ତିନିଘଣ୍ଟା ଦିବା ପହୁଡ଼  ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

 

 

 ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ପ୍ରଥମ ଦିନରେ ଶେଷ ହୋଇଛି ଭିତର ଭଣ୍ଡାରରେ ଭାରା ବନ୍ଧା କାର୍ଯ୍ୟ । ପରୀକ୍ଷା ମୂଳକ ଭାବେ ଡିପ୍ଲାଷ୍ଟରିଂ କାର୍ଯ୍ୟ ଆରମ୍ଭ କରାଯାଇଛି । ମରାମତି କାର୍ଯ୍ୟ କରିବା ପାଇଁ ଗୋଟିଏ ପାର୍ଶ୍ୱରେ ପ୍ରାୟ ୨୦ ଫୁଟ୍ ଉଚ୍ଚର ଲୁହାର ଭାର ବନ୍ଧା ଯାଇଛି।ଭିତର ଭଣ୍ଡାରରେ ବନ୍ଧା ଯାଇଛି ଭାରା ।ଭାରା ବ୍ୟବହାର କରି କାନ୍ଥ ଛାତ ଓ ବିଭିନ୍ନ ସ୍ଥାନରେ ଥିବା କ୍ରାକ୍ସ୍ ବା ଫାଟ ମରାମତି କାମ କରିବେ ଏ ଏସ ଆଇ ଦ୍ଵାରା ନିଯୁକ୍ତ କୁଶଳୀ କାରିଗର । ଗୋଟିଏ ପାର୍ଶ୍ୱରେ ଭାରା ବାନ୍ଧି ଚୂନ ଛଡ଼ାଇବା ଓ ମରାମତି କାର୍ଯ୍ୟ କରିବ ଏ ଏସ ଆଇ । ପରୀକ୍ଷା ମୂଳକ ଭାବରେ ଗୋଟିଏ ପାର୍ଶ୍ୱରେ କିଛି ଅଂଶରେ ଚୂନ ଛଡାଯାଇଛି।ପରେ ସମସ୍ତ ଚୂନ ପ୍ଲାଷ୍ଟର ହଟାଯିବ। ଯେହେତୁ ଆଜି ମହାପ୍ରଭୁଙ୍କ ଦିବା ପହୁଡ ନିତି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ବନ୍ଦ୍ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଆସନ୍ତା କାଲି ଠାରୁ ପୁଣିଥରେ ଆରମ୍ଭ ହେବ ମରାମତି କାର୍ଯ୍ୟ ।ପ୍ରାଥମିକ ଭାବରେ ଚୂନ ପ୍ଲାଷ୍ଟର କୁ ହଟାଯିବ।ପରେ ଫାଟ ଥିବା ପଥର ଗୁଡ଼ିକ ପ୍ରତିସ୍ଥାପନ ବା ରିପ୍ଲେସ  କରାଯିବ। ନୀଳଗିରି ରୁ ଆସୁଥିବା ଉନ୍ନତ ମାନର ପଥରରେ କରାଯିବ ମରାମତି କାର୍ଯ୍ୟ।