Puri News: ଆଜି ଶ୍ରୀମନ୍ଦିରରେ (Sri Jagannatha temple) ବଡ଼ଠାକୁରଙ୍କ ହରିହର ବେଶ (Harihara Besha) ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି ଅର୍ଥାତ ବିଷ୍ଣୁ ଓ ହର ଅର୍ଥାତ ଶିବଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

Also Read: Jagannatha Temple: ଉତ୍କଳୀୟ ଭାସ୍କର୍ଯ୍ୟ କଳାରେ ନିର୍ମିତ ଶ୍ରୀମନ୍ଦିର, ନଜର ପକାନ୍ତୁ ଏହାର ସ୍ୱତନ୍ତ୍ରତା ଉପରେ 


 


କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନ ସିଂହାସନରେ ଅଧଷ୍ଠିତ ବଡ଼ ଠାକୁରଙ୍କ ବାଡ଼ରେ ହରିହର ବେଶ (Harihara Besha) ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ  (Sri Jagannatha temple) ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପୁଷ୍ପାଳକ ସେବକମାନେ ବଡ଼ ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀ ଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିଛନ୍ତି ।


ସେପଟେ ଆଜି ସକାଳ ୫ଟା ୩ରେ ଶ୍ରୀମନ୍ଦିରରେ ଦ୍ୱାର ଫିଟା ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ନିକଟରେ ମଙ୍ଗଳାଳତୀ , ମଇଲମ, ଅବକାଶ ନିତି ଅନୁଷ୍ଠିତ ହୋଇଥିଲା। ତାପରେ ମହାପ୍ରଭୁ ଦୁର୍ଲ୍ଲଭ ହରିହର ବେଶ ହେବା ସହ ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସେପଟେ କାର୍ତ୍ତିକ ହବିଷ୍ଯାଳି ମାନେ ଆଜି ବଡଠାକୁରଙ୍କ ହରିହର ବେଶ ଓ ତାପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ସେପଟେ ଗତ ଦୁଇଦିନ ଶନିବାର ଓ ରବିବାର ରହିଥିବାରୁ ପ୍ରବଳ ଭକ୍ତଙ୍କ ଭିଡ ରହିଥିଲା। ଆଜି ବି ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଥିଲା।