Puri News: ଆଜି ପବିତ୍ର ଆଶ୍ୱିନ କୃଷ୍ଣ ଷଷ୍ଠି ତିଥି ଗୁରୁବାର। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି (Banakalagi Niti)। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର (Srimandir) ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର (Lord Jagannath) ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । 


COMMERCIAL BREAK
SCROLL TO CONTINUE READING

ଏହା ଏକ ଗୁପ୍ତ ସେବା ନିତି ହୋଇଥିବାରୁ ଆଜି ପ୍ରାୟ ଅପରାହ୍ନ ୫ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ (Shree Jagannatha Temple Office, Puri) ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ନୀତି (Banakalagi Niti) ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ । ସେପଟେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଏହା ଦ୍ୱିତୀୟ ବନକଲାଗି ନୀତି। ବୁଧବାର ହେବ ନା ଗୁରୁବାର ହେବ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ବହୁ ବିଳମ୍ବ ହୋଇଥିଲା ବନକଲାଗି ନୀତି। 


ବହୁ ବାଦବିବାଦ ପରେ ମହାପ୍ରଭୁଙ୍କ (Lord Jagannath) ଶ୍ରୀମୁଖ ଶୃଙ୍ଗାର ହୋଇଥିଲା। ପୁଣି ଦ୍ୱିତୀୟ ବନକଲାଗି ଅର୍ଥାତ ଆଜି ମଧ୍ୟ ଦୁଇମାସ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକ ମାନେ ଆଜି ଗୁରୁବାରରେ ବନକଲାଗି କରିବେ। ବନକଲାଗି ପାଇଁ ସମସ୍ତ ସାମଗ୍ରୀ ଦତ୍ତମହାପାତ୍ର ନିଯୋଗକୁ ଯୋଗାଇ ଦିଆଯାଇଛି। ସେପଟେ ବନକଲାଗି ହେଲେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ। ମହାପ୍ରଭୁ ବେଶ ଚମତ୍କାର ଦେଖାଯାନ୍ତି। ତାଙ୍କର କଳାକଳା ଚକାଆଖି ଭକ୍ତମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି। ଚକାଆଖିକୁ ଦର୍ଶନ କରି ଭକ୍ତମାନେ ମହାପ୍ରଭୁଙ୍କ ଡୋରୀରେ ବାନ୍ଧି ହୋଇଯାଆନ୍ତି। ସେପଟେ ଆଜି ବନକଲାଗି ନୀତି ଥିବାରୁ ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ସେହି ଅପରୂପ ଦର୍ଶନ କରିବାକୁ ବ୍ଯାକୁଳ।