Puri Encounter: ପୁରୀ ପୁଲିସକୁ ବଡ଼ ସଫଳତା।ପୁଣି ପୁରୀ ପୁଲିସର ଏନକାଉଣ୍ଟର। ପୁରୀ ସତ୍ୟବାଦୀ ବ୍ଲକ୍ ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ। ପୁରୀ ସଦର ବାଟଗାଁର କାଳୁ ଭୋଳ। ଏନକାଉଣ୍ଟର ବେଳେ କାଳୁ ଭୋଳର ଡାହାଣ ଗୋଡରେ ବାଜିଛି ଗୁଳି। ସତ୍ୟବାଦୀ ଆଇଆଇସିଙ୍କ ଉପରକୁ ଗୁଳିମାଡ କରିବା ବେଳେ କରାଗଲା ଏନକାଉଣ୍ଟର। ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ କାଳୁ ଭୋଳ ଭର୍ତ୍ତି।


COMMERCIAL BREAK
SCROLL TO CONTINUE READING

ଜିଲ୍ଲାର ବିଭିନ୍ନ ଥାନାରେ 18ରୁ ଉର୍ଦ୍ଧ୍ବ ମାମଲା ରହିଛି କାଳୁ ଭୋଳ ନାମରେ। ତେବେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ କାଳୁ ଭୋଳ ପୁରୀ ଅଞ୍ଚଳରେ ଡକାୟତି ଯୋଜନା କରି ମାରଣାସ୍ତ୍ର ସହ ସୁଆଣ୍ଡୋ ନିକଟ ସାଗର ସ୍ନାନ ମେଳଣ ପଡିଆରେ ପହଞ୍ଚିଥିଲା। ଖବର ପାଇ ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ପୁଲିସ ଟିମ୍ ସହ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ।


ଏହି ସମୟରେ କାଳୁ ନିଜ ବନ୍ଧୁକରୁ ପୁଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା,  ମାତ୍ର ବାଜିନଥିଲା। ପୁଲିସ ଜୀବନକୁ ରକ୍ଷା କରିବାକୁ ଯାଇ କାଳୁକୁ ଏନକାଉଣ୍ଟର କରିଛି। କାଳୁ ନିକଟରୁ 7.65mm ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି ପୁଲିସ। ତେବେ କାଳୁ ବିରୁଦ୍ଧରେ ସଦର ଥାନା, ଚନ୍ଦନପୁର ଥାନା,ବାସେଳିସାହୀ ଥାନା ଆଦି ବିଭିନ୍ନ ଥାନାରେ ୧୮ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଥିବା ପୁଲିସ କହିଛି।


Also Read: Puri News: ନୂଆବର୍ଷରୁ ପୁରୀବାସୀ ପାଇବେ ଏହି ବିଶେଷ ସୁବିଧା, ଜାଣନ୍ତୁ କ'ଣ?