Puri Shri Mandir: ଭୁବନେଶ୍ୱର:  ତେପନ ବର୍ଷ ପରେ ଏଥର ରଥଯାତ୍ରା ନୀତି କିଛି ଅଲଗା ହେବାକୁ ଯାଉଛି। ସେତେବେଳେ ଯେମିତି ରଥଯାତ୍ରା ନୀତି ହୋଇଥିଲା ଏଥର ତାହାର ପୁନରାବୃତ୍ତି ହେଉଛି।   ଏଥିନେଇ ପ୍ରଶାସନ ଛତିଶା ନିଯୋଗ ବୈଠକ ଡକାଇଛନ୍ତି। ଏହି ବୈଠକରେ ନିଷ୍ପତ୍ତି ହେବ କେମିତି ସେ ନୀତିକୁ ଲାଗୁ କରାଯାଇପାରିବ। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ ଏଥର ରଥଯାତ୍ରା, ନବଯୌବନ ଏବଂ ନେତ୍ରୋତ୍ସବ ସବୁକିଛି େଗାଟିଏ ଦିନରେ ଅନୁଷ୍ଠିତ ହେବ। ଏହା ଏକ ବିରଳ ସଂଯୋଗ। ତେବେ ଏହି ପରିପ୍ରେକ୍ଷୀରେ କିପରି ନୀତି କାନ୍ତି ପରିଚାଳନା କରାଯିବ ସେଥିନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଛତିଶା ନିଯୋଗର ସହଯୋଗ ମାଗିଛି। ଛତିଶା ନିଯୋଗ ଇତିହାସ ଓ ପରମ୍ପରାକୁ ଦେଖି ଏହିଭଳି ଏକ ବିରଳ ସଂଯୋଗ ୧୯୭୧ ମସିହାରେ ପଡ଼ିଥିବା ଉଲ୍ଲେଖ କରିଛି। ଏଣୁ ଏଥିନେଇ ନୀତି ପଞ୍ଜିକା ଅନୁସରଣ କରାଯିବ। ପୁରୁଖା ସେବାୟତଙ୍କ ରାୟ ମଧ୍ୟ ଏଥିରେ ନିଆଯିବ। ଛିତିଶା ନିଯୋଗର ନିଷ୍ପତ୍ତି ଓ ନୀତି ନିର୍ଦ୍ଧାରଣ କରାଗଲେ ସେହି ଅନୁସାରେ ପ୍ରସ୍ତୁତି କରିବ ପ୍ରଶାସନ।


ଆଜି ସନ୍ଧ୍ୟା ୬ଟାରେ ଏହି ବୈଠକ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ଏଥିରେ ରାଜେନ୍ଦ୍ରାଭିଷେକ ନୀତି ଠାରୁ ଦେବ ସାନ୍ନପୂର୍ଣ୍ଣିମା ନୀତିକାନ୍ତି ଓ ବ୍ୟବସ୍ଥାକୁ ଆଲୋଚନା ହେବ। 


ନୀଳାଦ୍ରି ଭକ୍ତ ନିବାସ ଠାରେ ଏହି ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ , ଏସ୍ ପି ଓ ଛିତିଶା ନିଯୋଗର ବିଭିନ୍ନ ସେବାୟତ ପ୍ରତିନିଧି ମାନେ ବୈଠକରେ ଯୋଗଦାନ କରିବେ। ଏହି ବୈଠକରେ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟ ଯୋଗଦାନ କରିବେ।  


 ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ଆଲୋଚନା ହେବା ସହ ସରକାର ଯେଉଁ ୪ ଦ୍ୱାରକୁ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ଲାଗି ଅନୁମତି ଦେଇଛନ୍ତି ତାହାକୁ କିପରି ଶୃଙ୍ଖଳିତ ଭାବେ ଆଗକୁ  ରୂପାୟନ ସେ ନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।