Puri: ପୁଅରେ ମତେ ଟିକେ ଏବେ ଜଗାକୁ ଦେଖେଇ ନିଅନ୍ତୁନି । କିଏ ଜାଣେ ତୋ ବାବା ପଛେ ପଛେ ମୋର କ’ଣ ହୋଇଯିବ କାଳେ । ବାପାଙ୍କ ଏକାଦଶାହରେ ମାଆର ଏଇ ଦୁଇପଦ କଥା ଆନ୍ଦୋଳିତ କରିଥିଲା ପୁଅକୁ। ବୃଦ୍ଧା ମାଆକୁ କୋଳରେ କାଖେଇ ଶ୍ରୀମନ୍ଦିରରେ କାଳିଆ ଦର୍ଶନ କରାଇ ମାଆର ମନସ୍କାମନା ପୁରଣ କଲା ପୁଅ ।


COMMERCIAL BREAK
SCROLL TO CONTINUE READING

କୋରାପୁଟ ଜିଲ୍ଲା ଜୟପୁର ଦିଗାପୁର ଗ୍ରାମର ସନ୍ତୋଷ ପଣ୍ଡା। ଥାର୍ଡ ବାଟାଲିୟନର ସିପାହୀ ଭାବେ କାର୍ଯ୍ୟ କରନ୍ତି। ଗତ ୨୨ ତାରିଖ ଦିନ ୭୦ ବର୍ଷ ବୟସରେ ତାଙ୍କ ବାପା ବାଳକୃଷ୍ଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ମାଆ ସବୁବେଳେ କହନ୍ତି ଆମେ ଦୁଇ ଜଣ ମରିଗଲେ ପୁରୀରେ ଶେଷ କର୍ମ କରିବୁ। ମାଆଙ୍କ ଇଚ୍ଛା ପୂରଣ କରିବାକୁ ସନ୍ତୋଷ ବାପାଙ୍କର ଦଶାହ କର୍ମ ପୁରୀରେ କରିଥିଲେ। ଶନିବାର ଦିନ ଏକାଦଶାହ କର୍ମ ସରିବା ପରେ ବୃଦ୍ଧା ମାଆ କୁନ୍ତଳା ପୁଅକୁ ଡାକି କହିଥିଲେ ଯେ, "ପୁଅରେ ମତେ ଟିକେ ଜଗାକୁ ଦେଖେଇ ନିଅନ୍ତୁନି। କିଏ ଜାଣେ ତୋ ବାବା ପଛେ ପଛେ ମୋର କ’ଣ ହୋଇଯିବ କାଳେ"। ବାପା ଚାଲିଗଲେ କେତେବେଳେ ମାଆର କିଛି ହୋଇଯିବ ଭାବି ମାଆକୁ ଶ୍ରୀମନ୍ଦିର ନେଇ ଦର୍ଶନ କରିବାକୁ ବାହାରି ପଡି଼ଥିଲା ପୁଅ । ଶ୍ରୀମନ୍ଦିର ବାହାରେ ଓ ଭିତରେ ପ୍ରବଳ ଗହଳି ଥିବାରୁ ଏତେ ବୟସରେ ମାଆକୁ ଆଉ କଷ୍ଟ ଦେବାକୁ ଚାହିଁଲେନି ସନ୍ତୋଷ । ମାଆଙ୍କୁ କୋଳରେ କାଖେଇ ଜଗା ଦର୍ଶନ କରାଇଥିଲେ ସେ । ରତ୍ନବେଦୀରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ ବୃଦ୍ଧା ମାଆ। ତେବେ ଏହି ଦୃଶ୍ୟ ସେଠାରେ ଥିବା ଲୋକଙ୍କୁ ହୃଦୟକୁ ସ୍ପର୍ଶ କରିଥିଲା ।


Also Read-Puri News: ଆଜି ଏତିକି ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ


Also Read-Zero Death Week: ‘ଶୂନ୍ୟ ମୃତ୍ୟୁ ସପ୍ତାହ’: ୩ ଦିନରେ ଗଲାଣି ୩୦ରୁ ଉର୍ଦ୍ଧ୍ବ ଜୀବନ