Zero Death Week: ‘ଶୂନ୍ୟ ମୃତ୍ୟୁ ସପ୍ତାହ’: ୩ ଦିନରେ ଗଲାଣି ୩୦ରୁ ଉର୍ଦ୍ଧ୍ବ ଜୀବନ
Advertisement
Article Detail0/zeeodisha/odisha1993252

Zero Death Week: ‘ଶୂନ୍ୟ ମୃତ୍ୟୁ ସପ୍ତାହ’: ୩ ଦିନରେ ଗଲାଣି ୩୦ରୁ ଉର୍ଦ୍ଧ୍ବ ଜୀବନ

Zero Fatality Week: ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ନେଇ ବ୍ୟାପକ ସଚେତନତା ସହ ରାସ୍ତାରେ କଡ଼ାକଡ଼ି ଚେକିଂ, ଆହତ ତଥା ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର ସହ ଚିକିତ୍ସା ସୁବିଧା ଯୋଗାଇବା, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବା ଲାଗି ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୌ(ସୋସିଆଲ ମିଡିଆ)

Zero Fatality Week Odisha: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ନେଇ ଡିସେମ୍ବର ପ୍ରଥମ ସପ୍ତାହକୁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ (Zero Fatality Week) ଭାବେ ପାଳନ କରାଯାଉଛି । ଏନେଇ ବ୍ୟାପକ ସଚେତନତା ସହ ରାସ୍ତାରେ କଡ଼ାକଡ଼ି ଚେକିଂ, ଆହତ ତଥା ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର ସହ ଚିକିତ୍ସା ସୁବିଧା ଯୋଗାଇବା, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବା ଲାଗି ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋଟେ ପଟେ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ନେଇ ବ୍ୟାପକ ସଚେତନତା କରାଯାଇଥିବା ବେଳେ ଅନ୍ୟପଟେ ୩ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ଲୋକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ଏହିସବୁ ଦୁର୍ଘଟଣା କମାଇବା ଲାଗି ପର୍ଯ୍ୟାପ୍ତ ହେଉନାହିଁ । ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ କେନ୍ଦୁଝର ବାଲିଯୋଡ଼ି ନିକଟ ଜାତୀୟ ରାଜପଥରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଠିକ୍ ସେହିଦିନ ବିଳମ୍ବିତ ରାତିରେ ପାହଳ ନିକଟ ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନୀ ହୋଇଥିଲା । ଗତ ଶନିବାର ଦିନ ନୂଆପଡ଼ା ଜିଲ୍ଲାରେ ଏକ ଡ଼ମ୍ପର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିଦିନ ଭୁବନେଶ୍ବର ଡେଲଟା ଛକରେ ଅଟୋ ଓ ସ୍କୁଟି ଧକ୍କାରେ ଜଣଙ୍କ ଜୀବନ ଯାଇଥିଲା । ସେହିପରି ରବିବାର ଚନ୍ଦ୍ରଶେଖରପୁର ଓ ପାହାଳରେ ଘଟିଥିବା ପୃଥକ ଦୁର୍ଘଟଣାରେ  ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏଭଳି ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଚାଲିଥିବା ବେଳେ ଏତେ ମାତ୍ରାର ଦୁର୍ଘଟଣା ଘଟିବା ସରକାରଙ୍କ ଏହି ପଦକ୍ଷେପ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Also Read-Cyclone Michaung: ବାତ୍ୟାର ରୂପ ନେଲା ‘ମିଚାଉଙ୍ଗ’,ରାଜ୍ୟର ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ପ୍ରକାଶ ଥାଉ କି, ଗତ ଏପ୍ରିଲରେ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହୋଇଥିଲା । ସେହି ସପ୍ତାହରେ ନୟାଗଡ଼, ବୌଦ୍ଧ, ରାୟଗଡ଼ା, ସୋନପୁର, ଭଦ୍ରକ, ମା‌ଲକାନଗିରି, ନୟାଗଡ଼ ଓ ସମ୍ବଲପୁର‌ ଜିଲ୍ଲାରେ କୌଣସି ଦୁର୍ଘଟଣାଜନିତ ମୃତ୍ୟୁ ହୋଇନଥିଲା। ତେଣୁ ଏଥର ଯେପରି ଅଧିକ ଜିଲ୍ଲାରେ ଏହି ସପ୍ତାହରେ ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ହେବ ସେନେଇ ଜିଲ୍ଲାପାଳମାନଙ୍କୁ ବିଶେଷ ପଦକ୍ଷେପ ନେବାକୁ କୁହାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।