V.k Pandian: ଶନିବାର ଭୋର ସମୟରେ ଶ୍ରୀମନ୍ଦିରରେ (Jagannath Temple) ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ନିର୍ମାଣ କାର୍ଯ୍ୟ ସହ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ତିଆନ (V.k Pandian) ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଶ୍ରୀ ଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସଠାରୁ (Jagannath Ballav Complex) ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ଜମି ଅଧିଗ୍ରହଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ପାଣ୍ତିଆନ (V.k Pandian) । ଏହାସହ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ କେତେ ଦୂର ଅଗ୍ରଗତି ହୋଇଛି ତାହା ମଧ୍ଯ ଅନୁଧ୍ୟାନ କରିଛନ୍ତି । ଏନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଶୀଘ୍ର ରାସ୍ତା କାମ ସାରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବଡ଼ଦାଣ୍ଡରେ (Badadanda) ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ହେବାକୁ ଥିବା ଏସି କରିଡ଼ର ବ୍ୟବସ୍ଥାକୁ ମଧ୍ଯ ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି 5ଟି ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ  ଅବଗତ କରାଇଥିଲେ ।


Also Read-Odisha News: OTDC ଘରେ ସେକ୍ସ ରାକେଟ୍ , ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ...