Puri News: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ୨୦ ରୁ ଧାଡ଼ି ଦର୍ଶନ
Puri News: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ ଧାଡି଼ ଦର୍ଶନ ବ୍ୟବସ୍ଥା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ଏନେଇ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ଯେ, ଖୁବ୍ ଶିଘ୍ର ରତ୍ନ ଭଣ୍ତାର ମରାମତି କାର୍ଯ୍ୟ ଶେଷ ହେବ।
Puri News: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ ଧାଡି଼ ଦର୍ଶନ ବ୍ୟବସ୍ଥା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ଏନେଇ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ଯେ, ଖୁବ୍ ଶିଘ୍ର ରତ୍ନ ଭଣ୍ତାର ମରାମତି କାର୍ଯ୍ୟ ଶେଷ ହେବ। ଏହାରରେ ଅଳଙ୍କାର ଗଣତି ହେବ। ନାଟମଣ୍ତପ ପଟେ ଶ୍ରଦ୍ଧାଳୁ ବିଙ୍ଖଳିତ ଭାବେ ପ୍ରବେଶ କରି, ଶ୍ରୀଜିଉଙ୍କୁ ସୁବିଧାରେ ଦର୍ଶନ କରିବା ପାଇଁ ୬ ଥାକିଆ ବ୍ୟାରିକେଟ୍ ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖୁବଶିଘ୍ର ନୂତନ ପ୍ରକଳ୍ପ ଯୋଡି ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ନୂଆ ନକ୍ସା ମଧ୍ୟ ରେ ଘୃତ, ଯଜ୍ଞ, ଜ୍ଞାନ, ଅନ୍ନ, ଯଜ୍ଞ ମଣ୍ତପ ରହିବ। ସାଧାରଣତଃ ସନାତନ ଧର୍ମର ମୂଳ ପିଣ୍ତ ହେଉଛି ଅନ୍ନ, ଯଜ୍ଞ, ଜ୍ଞାନ, ଯଜ୍ଞ ଓ ଘୃତଯଜ୍ଞ। ବୈଦିକ ପରମ୍ପରା ଅନୁସାରେ, ମୂଳ ଅଙ୍ଗ ଘୃତ ଯଜ୍ଞ ବା ହୋମ ଯଜ୍ଞ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ପାଶ୍ବରେ ଏକ ଉତ୍-କଳୀୟ କାରୁକାର୍ଯ୍ୟରେ ଭବ୍ୟ ଯଜ୍ଞଶାଳା ନିର୍ମାଣ ହେବ। ସେଥିରେ ପ୍ରତିଦିନ ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଯଜମାନଙ୍କ ଦାନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବିଶ୍ବର ମଙ୍ଗଳ ପାଇଁ ଘୃତଆହୁତି ଦିଆଯିବ।